Latest Odisha News

ନିଖିଳ ଓଡିଶା ଆଇନଜୀବୀ ସଂଘର ସଭାପତି ହେଲେ ବିଭୁ ପ୍ରସାଦ ତ୍ରପିାଠୀ

ମାଲକାନଗିରି: ନିଖିଳ ଓଡିଶା ଆଇନଜୀବୀ ସଂଘର ସଭାପତି ଭାବେ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି । ମାଲକାନଗିରିରେ ଆୟୋଜିତ ସଂଘର ୫୩ ତମ ବାର୍ଷିକ ଅଧିବେଶନରେ ରାଜ୍ୟର ପ୍ରତିଷ୍ଠିତ ଆଇନଜୀବୀ ତଥା ରାଜ୍ୟ ବାର୍ କାଉନସିଲର ସଦସ୍ୟ ବିଭୁ ପ୍ରସାଦ ତ୍ରିପାଠୀ ଓ ରାଇରଙ୍ଗପୁର ବାରର ଆଇନଜୀବୀ ସଂଜୀବ ମହାନ୍ତି, ଯଥାକ୍ରମେ ସଭାପତି ଓ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ନିର୍ବାଚନ ଅଧିକାରୀ ଗୁରୁପ୍ରସାଦ ମହାନ୍ତି ଘୋଷଣା କରିଛନ୍ତି ।

ପୂର୍ବରୁ ଶ୍ରୀଯୁକ୍ତ ତ୍ରପିାଠୀ ଏହି ସଂଘର ସାଧାରଣ ସଂପାଦକ ଭାବେ ୨ ଥର ଦାଇତ୍ୱ ନିର୍ବାହ କରିଛନ୍ତି । ସେହିଭଳି ସଂଘର ଏହି କମିଟିକୁ ୭୫ ଜଣ ଆଇନଜୀବୀ ଭିନ୍ନ ଭିନ୍ନ ପଦରେ ନିର୍ବାଚିତ ହୋଇଛନ୍ତି ।

୨ ବର୍ଷ ପାଇଁ ନିର୍ବାଚିତ ହୋଇଥିବା ସଭାପତି ଶ୍ରୀଯୁକ୍ତ ତ୍ରିପାଠୀ, ଓକିଲ ମାନଙ୍କ ସୁରକ୍ଷା ଆଇନ ଓ ଆଡଭୋକେଟ୍ ଏକାଡେମୀ ପ୍ରତିଷ୍ଠା କରାଇବାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ନିଖିଳ ଓଡିଶା ଆଇନଜୀବୀ ସଂଘର କୌଣସି ବିଭାଜନ ହୋଇନାହିଁ । ଆଗାମୀ ବର୍ଷ ଠାରୁ ସଂଘର ବାର୍ଷିକ ଅଧିବେଶନ, ଗାଟିଏ ସ୍ଥାନରେ କରିବାକୁ ସେ ସମସ୍ତ ସଭ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି ।

Comments are closed.