ନୂଆଦିଲ୍ଲୀ: ଭାରତର ଜଣାଶୁଣା ବରିଷ୍ଠ ଓକିଲ ହରିଶ ସାଲଭେ ନିଜ ଧର୍ମ ବଦଳାଇ ଆସନ୍ତା ସପ୍ତାହରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ୬୫ ବର୍ଷିୟ ସାଲଭେ ଗତମାସରେ ମିନାକ୍ଷୀ ସାଲଭେଙ୍କୁ ତଲାକ ଦେଇଥିଲେ । ଆଇନ୍ ଅନୁସାରେ ଦୁଇ ଜଣ ଅଲଗା ହୋଇ ଯାଇଥିଲେ । ହରିଶ ସାଲଭେ ଓ ମିନାକ୍ଷୀଙ୍କର ୨ଜଣ ଝିଅ ମଧ୍ୟ ଅଛନ୍ତି । ହରିଶ ତାଙ୍କ ସାଙ୍ଗ କାରୋଲିନ ବ୍ରାସଡଙ୍କୁ ଅକ୍ଟୋବର ୨୮ ତାରିଖରେ ଲଣ୍ଡନର ଏକ ଚର୍ଚ୍ଚ ବିବହା କରିବାକୁ ଯାଉଛନ୍ତି । ହରିଶ ସାଲଭେ ଓ କାରୋଲିନ୍ଙ୍କର ଏହା ୨ୟ ବିବାହ ।
ସାଲଭେ ନିଜ ଧର୍ମ ବଦଳାଇ ଏବେ ଇସାଇ ଧର୍ମ ଗ୍ରହଣ କରିଛନ୍ତି । ସାଲଭେଙ୍କ ଭାବି ପତ୍ନୀ କାରୋଲିନଙ୍କ ସହିତ ବିଗତ ୨ବର୍ଷ ହେବ ନିୟମିତ ରୂପରେ ଉତ୍ତର ଲଣ୍ଡନର ଚର୍ଚ୍ଚକୁ ଯିବା ଆସିବା କରୁଛନ୍ତି । କାରୋଲିନ୍ ପେସାରେ ଜଣେ କଳାକାର ଏବଂ ତାଙ୍କର ଜଣେ ଝିଅ ଅଛି ।
Comments are closed.