Latest Odisha News

BREAKING NEWS

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ ଓକିଲ ଦାଖଲ କଲେ ୱକାଲତନାମା

ଗଞ୍ଜାମ: ଆଇନଜୀବୀ ତଥା ବିଜେପି ନେତା ପିତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସପକ୍ଷରେ ପୂର୍ବରୁ ୪୦ରୁ ଉର୍ଦ୍ଧ୍ବ ଓକିଲ ୱକାଲତନାମା ଦାଖଲ କରିଥିବାବେଳେ, ଏବେ ୨୦୯ଜଣ ଓକିଲ ତାଙ୍କ ବିପକ୍ଷରେ ୱକାଲତନାମା ଦାଖଲ କରିଥିବା ଜଣାପଡିଛି ।

ପୀତବାସ ହତ୍ୟା ମାମଲାରେ ବିକ୍ରମଙ୍କ ସଂପୃକ୍ତି ନଥିବା କହି ଗୁରୁବାର ବିକ୍ରମଙ୍କ ଓକିଲ ଏକ ପିଟିସନ ବ୍ରହ୍ମପୁର ଏସ ଡିଜେଏମଙ୍କ କୋର୍ଟରେ ଦାଖଲ କରିଥିଲେ । ପିଟିସନରେ ଏହି ମାମଲାରୁ ବିକ୍ରମଙ୍କୁ ମୁକ୍ତ ପାଇଁ ଏହି ପିଟିସନ ଦାଖଲ କରାଯାଇଥିଲା ।

ଅନ୍ୟପଟେ ଏହି ହତ୍ୟା ମାମଲାରେ ଗଣମାଧ୍ୟମରେ ରଖିଥିବା ବୟାନ ଉପରେ ହାଇକୋର୍ଟରେ ଲିଖିତ ଉତ୍ତର ରଖିଛନ୍ତି ବ୍ରହ୍ମପୁର ଏସପି । ତାଙ୍କ ବୟାନକୁ ଅଦାଲତ ଅବମାନନା ଭାବେ କାହିଁକି ବିବେଚନା କରାଯିବ ନାହିଁ ସେନେଇ ଲିଖିତ ଜବାବ ଦାଖଲ କରିଛନ୍ତି ଏସପି । ତେବେ ସତ୍ୟପାଠ ଜରିଆରେ ଆସନ୍ତା ୧୦ ତାରିଖ ଶୁଦ୍ଧା ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୂଚନାଯୋଗ୍ୟ, ଗତ ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ହୋଇଥିଲା । ଘଟଣା ପରଠୁ ପୋଲିସ ୧୪ଜଣଙ୍କୁ ଗିରଫ କରିସାରିଥିବା ବେଳେ, ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ ସାର୍ପ ସୁଟର କୁରୂପତି ଭୂୟାଁ ଗତ ତିନି ତାରିଖରେ ଆତ୍ମସମର୍ପଣ କରିଛନ୍ତି । ପରବର୍ତ୍ତୀ ସମୟରେ ଜୟପୁରର ସୁନୀଲ ହୋତା ଓ ବିଜେଡି ନେତା ଶୂନ୍ୟ ଦାସଙ୍କୁ ଗିରଫ କରିଥିଲା । ଉଭୟଙ୍କୁ ପୋଲିସ ଜେରା କରୁଛି । ଉମା ଓ କୁରୁପତି ଧରାପଡ଼ିବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି ।

 

Comments are closed.