ବେଙ୍ଗାଲୁର:ଆଉ ସଡକରେ ଚାଲିବନି ଟାକ୍ସି । ଟ୍ରାଫିକ ଜାମରେ ବି ଫସିବାକୁ ପଡିବନି । ଏଣିକି ଆକାଶରେ ଉଡିବ । ସ୍ୱପ୍ନ ପରି ଲାଗୁଥିବା ଏହି କଥା ଖୁବ ଶୀଘ୍ର ସତ ହେବାକୁ ଯାଉଛି । ଏଣିକି ଟାକ୍ସିରେ ବସି ଉଡି ଉଡି ଗନ୍ତବ୍ୟ ସ୍ଥଳରେ ପହଞ୍ଚି ହେବ । ବେଙ୍ଗାଲୁରର ବାହାରେ ଥିବା ୟେଲହଙ୍କା ବାୟୁ ସେନା ଷ୍ଟେସନ ପରିସରରେ ଚାଲିଥିବା ଏରୋ ଇଣ୍ଡିଆ ସୋରେ ଦେଶର ପ୍ରଥମ ଇଲେକ୍ଟ୍ରିକ ଏୟାର ଟାକ୍ସି ପ୍ରଦର୍ଶିତ ହୋଇଯାଇଛି ।
ଏହି ଇଲେକ୍ଟ୍ରିକ ଏ୍ରୟାର ଟାକ୍ସିର ବିଶେଷ ଧରଣର ଟାକ୍ସି । ଏହାର ଟ୍ରାଏଲ କାମ ଚାଲିଛି । ଆଶା କରାଯାଉଛି, ୨୦୨୪ ଶେଷ କିମ୍ବା ୨୦୨୫ ଆାରମ୍ଭରେ ଏହାକୁ ଲଞ୍ଚ କରାଯିବ । ତେବେ ଏହି ଇଲେକ୍ଟ୍ରିକ ଏ୍ରୟାର ଟାକ୍ସିର କ’ଣ ରହିଛି ବିଶେଷତ୍ୱ ? ଆସନ୍ତୁ ଜାଣିବା ।
୧-ପ୍ରଥମତଃ ଏହା ୧୬୦ କିଲୋମିଟର ସ୍ପିଡରେ ଏହି ଇଲେକ୍ଟ୍ରିକ ଏ୍ରୟାର ଟାକ୍ସି ୨୦୦ କିଲୋମିଟର ଯାଇ ପାରିବ ।
୨-ଏହି ଟାକ୍ସି ଭର୍ଟିକାଲ ଟେକ ଅଫ ଏବଂ ଲାଣ୍ଡିଂ କରିପାରିବ
୩-ପାଇଲଟଙ୍କ ବ୍ୟତୀତ ୨ ଜଣ ୨୦୦ କିଲୋ ମଧ୍ୟରେ ଯାଇପାରିବେ
୪-ସଡକରେ ଯାଉଥିବା ଗାଡି ତୁଳନାରେ ଏହା ୧୦ ଜଣ ଅଧିକ ବେଗରେ ଏହା ଯାଇପାରିବ
୫-ଏହାର ଭଡା ଏବେର ଭଡାଠାରୁ ଦୁଇରୁ ତିନି ଗୁଣ ଅଧିକ ରହିବ ।
ଏହି ଏରୋ ସୋ’ରେ ଏପରି ଏକ ଜେଟ ସୁଟର ପ୍ରଦର୍ଶନ କରାଯାଇଥିଲା ଯାହା ମଣିଷଙ୍କୁ ନେଇ ଆକାଶରେ ଉଡି ପାରିବ । ଏହା ସମ୍ପୂର୍ଣ୍ଣ ଭାବେ ଦେଶରେ ପ୍ରସ୍ତୁତ ହୋଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ ଫେବ୍ରୁଆାରୀ ଏହି ସୋର ଉଦଘାଟନ କରିଥିଲେ । ଏହା ଆଜି ଶେଷ ହେବ । ଏଥିରେ ପାଖାପାଖି୧୦୦ ଦେଶର ୭୦୦ ପ୍ରତିରକ୍ଷା କମ୍ପାନୀ ଏବଂ ପ୍ରତିନିଧି ସାମିଲ ହୋଇଥିଲେ ।
Comments are closed.