Latest Odisha News

BREAKING NEWS

ଜୟନାରାୟଣଙ୍କ ଅତୀତ କଥା ମନେ ପକାଇ ବିଜେପିକୁ ତୀର ମାରିଲେ ପ୍ରଣବ

ଭୁବନେଶ୍ୱର: ଗଣତନ୍ତ୍ରରେ ବିରୋଧ କରିବାର ଅଧିକାର ରହିଛି । କିନ୍ତୁ ବିରୋଧର ଅର୍ଥ ନୁହେଁ କାହାକୁ ବ୍ୟକ୍ତିଗତ କିମ୍ବା ଶାରିରୀକ ଆଘାତ ପହଞ୍ଚାଇବା । କିନ୍ତୁ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବାରମ୍ବାର ଆକ୍ରମଣ କରୁଛନ୍ତି କେବେ ନିଜ ଦଳର ନେତାଙ୍କୁ ତ ଆଉ କେବେ ପୋଲିସକୁ । ଜୟନାରାୟଣଙ୍କ ଅତୀତ କଥା ମନେ ପକାଇ ବିଜେପିକୁ ତୀର ମାରିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ପ୍ରଣବ ଟ୍ୱିଟ୍ କରି ଲେଖିଛନ୍ତି, ଧର୍ମେନ୍ଦ୍ର ବାବୁ ଆପଣଙ୍କର ମନେ ଥିବ ଆପଣଙ୍କ ଦଳର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ବାବୁ ଅତୀତରେ ଆପଣଙ୍କ ରାଜ୍ୟ ସଭାପତିଙ୍କୁ ଚପଲରେ ନିସ୍ତୁକ ପିଟି ରକ୍ତାକ୍ତ କରି ଦେଇଥିଲେ । ଏଥିପାଇଁ ସେ ଦଳରୁ ୬ ବର୍ଷ ପାଇଁ ସସ୍‌ପେଣ୍ଡ ବି ହୋଇଥିଲେ ।

ଗୋଟିଏ ପରେ ଗୋଟିଏ ଅପରାଧ କରି ଚାଲିଥିବା ସେଇ ନେତା କାଲି ଜଣେ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ମାଡ଼ ମାରିଛନ୍ତି। ବିଡ଼ମ୍ବନା ହେଲା, ଯେଉଁ ଜୟନାରାୟଣଙ୍କ ଠାରୁ ଦିନେ ରାଜ୍ୟ ସଭାପତି ମାଡ଼ ଖାଇଥିଲେ, ସେଇ ଜୟନାରାୟଣଙ୍କ ପାଇଁ ଓକିଲାତି କରିବାକୁ ଆଜି ତାଙ୍କୁ ବାଧ୍ୟ କରାଯାଉଛି ।

ବିଜେପି ଭଳି ଏକ ରାଷ୍ଟ୍ରୀୟ ଦଳର ରାଜ୍ୟ ସଭାପତିଙ୍କୁ ବିରୋଧୀ ଦଳ ନେତା ଯେଭଳି ବ୍ୟବହାର କରୁଛନ୍ତି, ତାହା ଦେଖି ମୋତେ ଦୁଃଖ ଲାଗୁଛି । ଆପଣଙ୍କ ଦଳର ରାଜ୍ୟ ସଭାପତିଙ୍କ ଏଭଳି ଦୟନୀୟ ଅବସ୍ଥା ଦେଖି ଦୟାକରି ନିରବ ରହନ୍ତୁ ନାହିଁ ।1

Leave A Reply

Your email address will not be published.