Latest Odisha News

ପଦ୍ମବିଭୁଷଣ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ରୋଡାମ ନରସିଂହ୍ମାଙ୍କ ପରଲୋକ

ନୂଆଦିଲ୍ଲୀ: ବିଶିଷ୍ଟ ଏରୋସ୍ପେସ୍ ବୈଜ୍ଞାନିକ ତଥା ପଦ୍ମବିଭୁଷଣ ପୁରସ୍କାର ପ୍ରାପ୍ତ ରୋଡାମ ନରସିଂହ୍ମାଙ୍କ ସୋମବାର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଛି ବୋଲି ଡାକ୍ତରମାନେ କହିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ଗତ ଡିସେମ୍ବର ୮ ରେ ମସ୍ତିଷ୍କରେ ରକ୍ତସ୍ରାବ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁଯାୟୀ, ନରସିଂହାଙ୍କର ହୃଦୟ ସମ୍ବନ୍ଧୀୟ ସମସ୍ୟା ଥିଲା ଏବଂ ୨୦୧୮ ରେ ମଧ୍ୟ ସେ ମସ୍ତିଷ୍କ ଆଘାତ ପାଇଥିଲେ।

ଜୁଲାଇ ୨୦, ୧୯୩୩ ରେ ଜନ୍ମ ହୋଇଥିବା ପ୍ରଫେସର ନରସିଂହା ଏରୋସ୍ପେସ୍ ଏବଂ ଫ୍ଲୁଏଡ୍‌ ଡାଏନାମିଷ୍ଟ୍ କ୍ଷେତ୍ରର‌େ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ସେ ୧୯୬୨ ରୁ ୧୯୯୯ ପର୍ଯ୍ୟନ୍ତ IISc ରେ ଏରୋସ୍ପେସ୍ ଇଞ୍ଜିନିୟରିଂ ଶିକ୍ଷା ଦେଇଥିଲେ। ୧୯୮୪ ରୁ ୧୯୯୩ ପର୍ଯ୍ୟନ୍ତ ସେ ଜାତୀୟ ଏରୋସ୍ପେସ୍ ଲାବୋରେଟୋରୀର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

Comments are closed.