Latest Odisha News

BREAKING NEWS

ଏଏଫସି ମହିଳା ଅଲିମ୍ପିକ କ୍ୱାଲିଫାୟର୍ସ: ଗ୍ରୁପ ସିରେ ଭାରତ

ନୂଆଦିଲ୍ଲୀ: ଉଜବେକିସ୍ତାନରେ ହେବାକୁ ଥିବା ଏଏଫସି ମହିଳା ଅଲିମ୍ପିକ କ୍ୱାଲିଫାୟର୍ସ ରାଉଣ୍ଡ ୨ର ଡ୍ର ଶୁକ୍ରବାର ଘୋଷଣା କରାଯାଇଛି । ଭାରତ ଗ୍ରୁପ ସି’ରେ ସ୍ଥାନ ପାଇଛି । ଜାପାନ, ଭିଏତନାମ ଓ ଉଜବେକିସ୍ତାନ ପରି ଶକ୍ତିଶାଳୀ ଟିମ ସହିତ ଭାରତ ସ୍ଥାନ ପାଇଛି । ଭାରତର ର‌୍ୟାଙ୍କିଙ୍ଗ ୬୧ ଥିବା ବେଳେ ଜାପାନ ୧୧, ଭିଏତନାମ ୩୩ ଓ ଉଜବେକିସ୍ତାନ ୫୦ତମ ସ୍ଥାନରେ ରହିଛନ୍ତି । ୨୩ ଅକ୍ଟୋବରରୁ ୧ ନଭେମ୍ବର ପର୍ଯ୍ୟନ୍ତ ଏହି କ୍ୱାଲିଫାୟର୍ସ ମୁକାବିଲା ଖେଳାଯିବ । ଭାରତ ୫-୦ ଓ ୪-୦ ଗୋଲରେ କିର୍ଗିସ୍ତାନକୁ ପରାସ୍ତ କରି ରାଉଣ୍ଡ ୨ ପାଇଁ ଯୋଗ୍ୟତା ଅର୍ଜନ କରିଛି । ନିକଟରେ ଉଜବେକିସ୍ତାନ ବିପକ୍ଷ ଏକ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ୨-୩ରେ ହାରି ଯାଇଥିଲା ।

୨୦୧୯ରେ ଭିଏତନାମା ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲା ୧-୧ରେ ଡ୍ର ରଖିଥିଲା । ତିନି ଗ୍ରୁପର ବିଜେତା ଓ ସର୍ବଶ୍ରେଷ୍ଠ ଉପବିଜେତା ସହିତ ୪ଟି ଟିମ ରାଉଣ୍ଡ ୩କୁ ଉନ୍ନୀତ ହେବେ । ଏହା ହୋମ ଏବଂ ଆୱେ ଫର୍ମୁଲାରେ ଖେଳାଯିବ । ସୂଚନାଯୋଗ୍ୟ, ଆଗାମୀ ଅଲିମ୍ପିକ୍ସରେ ମହିଳା ଫୁଟବଲ ବିଭାଗରେ ଏସିଆର ୨ଟି ଟିମ ପାଇଁ ସ୍ଥାନ ସୁରକ୍ଷିତ ରଖାଯାଇଛି । ଭାରତକୁ ୨ୟ ରାଉଣ୍ଡରେ ବିଜୟ ହାସଲ କରିବାକୁ ହେଲେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ ।

Comments are closed.