Latest Odisha News

BREAKING NEWS

ଦେଶୀ ଷ୍ଟେଜରୁ ସିଧା କାନ୍ସର ରେଡ କାର୍ପେଟରେ ପହଞ୍ଚିଲେ ସ୍ୱପ୍ନା, ୩୦ କିଲୋ ଓଜନର ପିନ୍ଧିଲେ ଗାଉନ

ମୁମ୍ବାଇ: ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏକରୁ ଅଧିକ ବଲିଉଡ ଅଭିନେତ୍ରୀଙ୍କ ଡେବ୍ୟୁ ଦେଖିବାକୁ ମିଳୁଛି । ବଲିଉଡ଼ର ଅଭିନେତ୍ରୀ ସାରା ଅଲି ଖାନ, ମନୁଷୀ ଚିଲାର ଡେବ୍ୟୁ କରିଛନ୍ତି । ବଲିଉଡ ଅଭିନେତ୍ରୀଙ୍କ ପରେ ଆଉ ଜଣେ କଳାକାରଙ୍କ ଡେବ୍ୟୁ ଦେଖିବାକୁ ମିଳିଛି । ସେ ହେଉଛନ୍ତି ହରିୟାଣାର ଡ଼୍ୟାନ୍ସିଂ କୁଇନ୍ ସ୍ୱପ୍ନା ଚୌଧୂରୀ, ଯିଏ କି ଦେଶୀ ଷ୍ଟେଜ୍‌ରୁ ସିଧା କାନ୍ସର ରେଡ଼୍ କାର୍ପେଟରେ ପହଞ୍ଚିଛନ୍ତି । ୭୬ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ସ୍ୱପ୍ନାଙ୍କ ସରଳ ଏବଂ ଚମତ୍କାର ଲୁକ୍ ଦେଖିବାକୁ ମିଳିଥିଲା । ସ୍ୱପ୍ନା ନିଜେ ତାଙ୍କର ଏହି ଫଟୋକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ସାରା ଅଲି ଖାନ ଏବଂ ଶ୍ରୀନାଲ ଠାକୁରଙ୍କ ସହ ଏଥର ସ୍ୱପ୍ନା ମଧ୍ୟ ଏହି ବଡ ଇଭେଣ୍ଟରେ ନିଜକୁ ସାମିଲ କରିଛନ୍ତି । ଏକ ଆଞ୍ଚଳିକ ସିନେମା ଅଭିନେତ୍ରୀ ଏତେ ବଡ଼ କାର୍ଯ୍ୟକ୍ରମରେ ପହଞ୍ଚିବା ଏକ ମାଇଲଖୁଣ୍ଟଠାରୁ କମ୍ ନୁହେଁ । ସେ ନିଜ ଅଞ୍ଚଳରେ ବିଭିନ୍ନ ଷ୍ଟେଜ୍ ଶୋ କରିଥାନ୍ତି । ତେଣୁ ସେ ଡ଼୍ୟାନ୍ସିଂ କୁଇନ୍ ଭାବେ ବେଶ୍ ପରିଚିତ । ଏହି ଫେଷ୍ଟିଭାଲରେ ଏକ ଗୋଲାପୀ ରଙ୍ଗର ଗାଉନ୍ ପିନ୍ଧିଥିଲେ । ସେ ପୁଷ୍ପ ଏମ୍ବ୍ରୋଡୋରୀ ଏବଂ ଉଚ୍ଚ ବେକ ସହିତ ଏହି ଗାଉନରେ ଚମତ୍କାର ଦେଖାଯାଉଥିଲେ । ଏହି ଗାଉନର ଓଜନ ୩୦ କିଲୋଗ୍ରାମ ବୋଲି କୁହାଯାଏ ।

ସପନା ଏହି ଭାରୀ ଗାଉନ୍ ପିନ୍ଧି ଚାଲିବା ବେଳେ କାହାର ସାହାଯ୍ୟ ନେଇ ନ ଥିଲେ । ତାଙ୍କ ଗାଉନ୍‌ରେ ସେ ଯେଉଁଭଳି ଭାବରେ ଚାଲୁଥିଲେ, ତାହା ନିଶ୍ଚୟ ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା । କାରରେ ବସିବା ପାଇଁ ମଧ୍ୟ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ଭିଡିଓ ଦେଖିବା ପରେ ଅନେକ ପ୍ରଶଂସକ ତାଙ୍କୁ ପ୍ରଶଂସା କରୁଛନ୍ତି । ସ୍ୱପ୍ନା ରିୟଲିଟି ସୋ ବିଗ୍ ବସ୍‌ରେ ପ୍ରତିଯୋଗୀ ସାଜିବା ପରେ ବେଶୀ ଲୋକପ୍ରିୟ ହୋଇଥିଲେ ।

Leave A Reply

Your email address will not be published.