Latest Odisha News

BREAKING NEWS

ଆବୁଧାବିରେ ପରିବାର ସହ ଅଛନ୍ତି ଅଶ୍ରଫ ଘନି

ଭୁବନେଶ୍ବର: ଆଫଗାନିସ୍ତାନରୁ ପଳାଇ ଯାଇଥିବା ରାଷ୍ଟ୍ରପତି ଅଶ୍ରଫ ଘନିଙ୍କ ଠିକଣା ସାମନାକୁ ଆସିଛି। ସେ ଏବେ ୟୁଏଇରେ ଅଛନ୍ତି। ତାଙ୍କ ସହ ତାଙ୍କ ପରିବାର ବି ସେଠାରେ ଅଛନ୍ତି। ଅଶ୍ରଫ୍ ଘନି ଏବେ ଆବୁଧାବିରେ ରହୁଥିବା ଜଣା ପଡ଼ିଛି। ତାଙ୍କୁ ମାନବିକତା ଆଧାରରେ ଶରଣ ଦେଇଛି ୟୁଏଇ ।

ମାନବିକତା ଆଧାରରେ ତାଙ୍କୁ ଓ ତାଙ୍କ ପରିବାରକୁ ସ୍ବାଗତ କରୁଛୁ ବୋଲି ୟୁଏଇ ପକ୍ଷରୁ କୁହାଯାଇଛି। ତାଲିବାନମାନେ କାବୁଲ ଦଖଲ କରିବା ପୂର୍ବରୁ ସେ ଦେଶ ଛାଡ଼ି ପଳାଇ ଯାଇଥିଲେ । ପ୍ରଥମେ କୁହାଯାଉଥିଲା ଘନି ତାଜିକିସ୍ତାନ ଚାଲି ଯାଇଥିଲେ। ସେଠାରେ ତାଙ୍କୁ ଶରଣ ମିଳିନଥିଲା।

ଅଶ୍ରଫ ଘନି କେଉଁଠି ଅଛନ୍ତି ସେନେଇ କୌଣସି ସୂଚନା ନଥିଲା। ତାଲିବାନ କାବୁଲ କବଜା କରିବାର ଦୁଇ ଦିନ ପରେ ଆଶ୍ରଫ ଘନିଙ୍କ ଠିକଣା ଜଣାପଡିଛି। ସେ ଦେଶ ଛାଡ଼ି ଯିବା ପରେ ଅନେକ ଚର୍ଚ୍ଚା ହେଉଛି। ଅଶ୍ରଫ ଘନି ନିଜ ସହ ଚାରିଟି କାର ଏବଂ ଗୋଟିଏ ହେଲିକପ୍ଟରରେ ୧୨ ଶହ କୋଟି ଟଙ୍କା ନେଇ ପଳାଇଯାଇଛନ୍ତି ।

Comments are closed.