Latest Odisha News

BREAKING NEWS

ଭାରତକୁ ଚେତାଇଲା ଆଫଗାନିସ୍ତାନ !

କାବୁଲ: ଆଫଗାନିସ୍ତାନ ଆଜି ଭାରତକୁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ନେଇ ସତର୍କ କରାଇଛି । ଲଶ୍କର-ଇ-ତୋଇବା ଓ ଜୈଶ-ଇ-ମହମ୍ମଦ ପରି ଆତଙ୍କବାଦୀ ସଂଗଠନ ପାକିସ୍ତାନରୁ ବେସ କ୍ୟାମ୍ପ ହଟାଇ ଆଫଗାନିସ୍ତାନରେ ଜଡ ମଜଭୁତ କରୁଛି । ତାଲିବାନ ଏବଂ ପାକିସ୍ତାନ ଏଥିରେ ସାହାଯ୍ୟ କରୁଛନ୍ତି । ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଗନୀ ପାକିସ୍ତାନ ତାଲିବାନକୁ ସମ୍ପୂର୍ଣ୍ଣ ଭାବେ ସାହାଯ୍ୟ କରିବା ନେଇ ଆଲୋଚନା କରିଥିଲେ ।

ପାକିସ୍ତାନ ଉତର ଏବଂ ଦକ୍ଷିଣ ୱଜରିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନଗୁଡିକୁ ପଡୋଶୀ ଦେଶକୁ ଯିବା ପାଇଁ ପରାମର୍ଶ ଦେଇଛି । ବିଶ୍ୱ ସମୁଦାୟ ଆଗରେ ନିଜ ଇମେଜ ସୁଧାରିବା ପାଇଁ ପାକିସ୍ତାନ ଏହି ଉଦ୍ୟମ କରୁଥିବା ଅନୁମାନ କରାଯାଉଛି । ଭାରତର ଏ ନେଇ କଣ ପଦକ୍ଷେପ ହେବ ତାହା ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.