Latest Odisha News

BREAKING NEWS

ତାଲିବାନ ସହ ବୁଝାମଣା ପାଇଁ ଆଫଗାନିସ୍ତାନ ସରକାର ପ୍ରସ୍ତୁତ!

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଧିରେ ଧିରେ କବଜା କରିବାକୁ ବସିଲାଣି । ରାଜଧାନୀ କାବୁଲଠାରୁ ତାଲିବାନ ସେନା ମାତ୍ର ୧୫୦ କିମି ଦୂରରେ ରହିଛି । ଏହି ଅବସରରେ ତାଲିବାନ ଆଗରେ ପ୍ରଥମ ଥର ପାଇଁ ଆଫଗାନ ସରକାର ନରମ ପଡିଛି । ହିଂସା ପରିତ୍ୟାଗ କରି ମିଳିତ ସରକାର ଗଠନ କରିବା ପାଇଁ ପ୍ରସ୍ତାବ ମଧ୍ୟ ଦିଆଯାଇଛି । ୩ ମାସ ମଧ୍ୟରେ ତାଲିବାନ କାବୁଲକୁ କବଜା କରିନେବ ବୋଲି ରକ୍ଷା ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

ଗଜନୀ ଅଂଚଳ ଅକ୍ତିଆର କରିବା ପରେ ସେମାନଙ୍କ ମନୋବଳ ବଢ଼ିଥିବା ବେଳେ ସରକାରଙ୍କୁ ଭୟ ଗ୍ରାସ କରିବାରେ ଲାଗିଛି । ଆମେରିକା ଏବଂ ଅନ୍ୟ ଦେଶ ଏହି ଘଟଣାରେ ପୂର୍ବ ପରି ମୁଣ୍ଡ ପୂରାଇବାକୁ ଚାହୁଁ ନାହାନ୍ତି । ଅପରପକ୍ଷରେ ଆଫଗାନିସ୍ତାନ ସୀମାକୁ ଲାଗିଥିବା ଦେଶଗୁଡିକ ନିଜ ନିଜ ସେନାକୁ ସଜାଗ ରହିବା ପାଇଁ କହିଛନ୍ତି ।

Leave A Reply

Your email address will not be published.