Latest Odisha News

BREAKING NEWS

ତାଲିବାନ ଅରାଜକତା ପାଇଁ ପାକିସ୍ତାନ ଉପରେ ବର୍ଷିଲେ ଆଫଗାନିସ୍ତାନର ପପ୍ ଷ୍ଟାର, ଭାରତକୁ କଲେ ପ୍ରଶଂସା

କାବୁଲ: ଆମେରିକା ସେନା ପ୍ରତ୍ୟାହାର କରିବା ଓ ତାଲିବାନ ଫେରିବା ପରେ ଆଫଗାନିସ୍ତାନରୁ ସ୍ଥିତି ବଦଳିଯାଇଛି । ଭୟ ଓ ଆତଙ୍କରେ ଲୋକ ଦିନ କାଟୁଥିବା ବେଳେ ଦେଶ ଛାଡ଼ିବାକୁ ସମସ୍ତେ ବ୍ୟାକୁଳ । ଅରାଜକତା ପାଇଁ ପାକିସ୍ତାନ ଉପରେ ବର୍ଷିଛନ୍ତି ଆଫଗାନିସ୍ତାନର ପପ୍ ଷ୍ଟାର ଆରୟାନା ସୟିଦ । ଆଫଗାନିସ୍ତାନରେ ବର୍ତ୍ତମାନ ସ୍ଥିତି ପାଇଁ ସେ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି । ଆରୟାନା କହିଛନ୍ତି, ତାଲିବାନୀଙ୍କୁ ଶକ୍ତିଶାଳୀ କରିବା ପଛରେ ପାକିସ୍ତାନର ହାତ ଅଛି ।

ଆରୟାନା ଏବେ କାବୁଲ ବାହାରେ ଅଛନ୍ତି । ସେ କହିଛନ୍ତି, ତତ୍କାଳୀନ ଆଫଗାନ ସରକାର ଯେତେବେଳେ କୌଣସି ଆତଙ୍କବାଦୀଙ୍କୁ ଧରିଛନ୍ତି ସେମାନଙ୍କ ଲିଙ୍କ ପାକିସ୍ତାନ ସହ ଥିବା ସାମନାକୁ ଆସିଛି । ତାଲିବାନୀ ଆତଙ୍କୀଙ୍କୁ ପାକିସ୍ତାନ ଟ୍ରେନିଂ ଦେଉଥିବା ସେ ଅଭିଯୋଗ ଆଣିଛନ୍ତି । ଆଫଗାନିସ୍ତାନ ସ୍ଥିତିରେ ସୁଧାର ପାଇଁ ବିଶ୍ୱ ସମୁଦାୟ ସହଯୋଗ କରିବାକୁ ସେ ଅପିଲ୍ କରିଛନ୍ତି ।

ଆରୟାନା କହିଛନ୍ତି, ସେ ଏବେ ଦେଶ ବାହାରେ ଅଛନ୍ତି । କିନ୍ତୁ ଦେଶବାସୀଙ୍କ ପାଇଁ ସେ ସ୍ୱର ଉଠାଇବେ । ରାଷ୍ଟ୍ରପତି ଅଶ୍ରଫ ଘନି ଯେଭଳି ଦେଶ ଛାଡ଼ି ପଳାଇଲା ତାହା ଦୁର୍ଭାଗ୍ୟଜନକ । ସେ ସମସ୍ତଙ୍କୁ ଧୋକା ଦେଇଛନ୍ତି ।

ଜଣେ ନେତା ବିନା ଦେଶବାସୀ କେମିତି ଲଢ଼ିବେ ବୋଲି ଅଶ୍ରଫ ଘନିଙ୍କୁ ପ୍ରଶ୍ନ କରିଛନ୍ତି ଆରୟାନା । ତେବେ ଭାରତକୁ ସେ ପ୍ରଶଂସା କରିଛନ୍ତି । ଆରୟାନା ସୟିଦ କହିଛନ୍ତି, ଭାରତ ସବୁବେଳେ ଆଫଗାନିସ୍ତାନକୁ ସହଯୋଗ ଓ ସମର୍ଥନର ହାତ ବଢ଼ାଇ ଆସିଛି ।

Leave A Reply

Your email address will not be published.