Latest Odisha News

BREAKING NEWS

ଅଳ୍ପ ବୟସରେ ମଦ, ବିୟର ପିଇବା ସ୍ୱାସ୍ଥ୍ୟପ୍ରଦ ନୁହେଁ; ରିପୋର୍ଟ

ନୂଆଦିଲ୍ଲୀ: ୟୁରୋପୀୟ ସୋସାଇିଟି ଅଫ୍ କାର୍ଡିଓଲୋଜିର ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଯୁବାବସ୍ଥାରେ ବା ଅଳ୍ପ ବୟସରେ ମଦ୍ୟପାନ ଅବା ବିୟର ପିିଇବା ସ୍ବାସ୍ଥ୍ୟପ୍ରଦ ନୁହେଁ। ଏହା ହୃଦ୍‌ରୋଗର ସମସ୍ୟା ବଢାଇପାରେ।

ରିପୋର୍ଟ ଅନୁଯାୟୀ ଅଳ୍ପ ବୟସରେ ଯେତେ ମଦ୍ୟପାନ କରିବେ ଏହା ଆପଣଙ୍କ ଧମନୀ ଉପରେ ପ୍ରଭାବ ପକାଇବ। ଯାହା ହୃଦ୍‌ରୋଗ ଜନିତ ସମସ୍ୟାକୁ ବୃଦ୍ଧି କରିବ।

ଅଧିକ ମଦ୍ୟପାନ ହୃଦ୍ ରୋଗ ଏବଂ ଷ୍ଟ୍ରୋକର ଆଶଙ୍କା ବଢାଇଥାଏ। କେତେକ ଆଚରଣ ଧମନୀ କଠିନତାକୁ ତ୍ୱରାନ୍ୱିତ କରିପାରେ। ଉଦାହରଣ ସ୍ୱରୂପ, ପୂର୍ବ ଅନୁସନ୍ଧାନରୁ ଜଣାପଡିଛି ଯେ ତମାଖୁ ସେବନ କରିବା ଏବଂ ମଦ୍ୟପାନ କରିବା କିଶୋରମାନଙ୍କ କଠିନ ଧମନୀ ସହିତ ଜଡିତ।

ଯେହେତୁ ଧୂମପାନ ଏବଂ ମଦ୍ୟପାନର ପ୍ରାରମ୍ଭ ଯୁବାବସ୍ଥା ଏକ ଗୁରୁତ୍ବପୂର୍ଣ ସମୟ ଅଟେ, ଏହି ଅଧ୍ୟୟନ ୧୭ ରୁ ୨୪ ବର୍ଷ ମଧ୍ୟରେ ଧମନୀ କଠିନତାର ପରିବର୍ତ୍ତନ ଏବଂ ଏହି ଅଭ୍ୟାସ ସହିତ ସମ୍ପର୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା।

Leave A Reply

Your email address will not be published.