Latest Odisha News

BREAKING NEWS

ଲୋକପ୍ରିୟ ଗାୟିକା ଜଗଜିତ୍ କୌରଙ୍କ ପରଲୋକ

ମୁମ୍ବାଇ: ଭେଟେରାନ ଗାୟିକା ତଥା ସ୍ୱର୍ଗତ ସଂଗୀତ ରଚୟତା ଖୟାମଙ୍କ ପତ୍ନୀ ଜଗଜିତ୍ କୌରଙ୍କ ପରଲୋକ ଆଜି ହୋଇଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁ ରବିବାର ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା।

ସେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି। ସେଥିମଧ୍ୟରୁ ଖାୟାମଙ୍କ ଦ୍ୱାରା ରଚିତ ତଥା ବାଜାର୍‌ ଚଳଚ୍ଚିତ୍ରର ଗୀତ ‘ଦେଖ୍‌ଲୋ ଆଜ୍‌ ହମ୍‌କୋ’ ଅନ୍ୟତମ। ଏହି ଫିଲ୍ମଟି ୧୯୮୨ ମସିହାରେ ରିଲିଜ ହୋଇଥିଲା। ଏଥିରେ ସୁପ୍ରିୟା ପାଠକ କାପୁର ଏବଂ ଫାରୁକ୍ ଶେଖ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।

ଧର୍ମେନ୍ଦ୍ରଙ୍କ ଅଭିନୀତ ୧୯୬୧ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ଶୋଲା ଅର ଶବନମ୍” ର ପେହେଲେ ତୋ ଆଁଖ୍‌ ମିଲାନାରେ ମଧ୍ୟ ସେ କଣ୍ଠଦାନ କରିଥି‌ଲେ। ଏଭଳି ଅନେକ ଗୀତରେ ନିଜର ସ୍ବର ଦେଇ ଦର୍ଶକଙ୍କୁ ବିଭୋର କରିଥିଲେ।

Leave A Reply

Your email address will not be published.