Latest Odisha News

BREAKING NEWS

ଆଫଗାନିସ୍ତାନର ଐତିହାସିକ ଟେଷ୍ଟ ବିଜୟ, ବାଂଲାଦେଶକୁ ୨୨୪ରନରେ ପରାସ୍ତ କଲା

ଚଟ୍ଟୋଗ୍ରାମ: କ୍ରିକେଟରେ ଇତିହାସ ରଚିଛି ନୂଆକରି କ୍ରିକେଟ ଖେଳୁଥିବା ରାଷ୍ଟ୍ର ଆଫଗାନିସ୍ତାନ । ବାଂଲାଦେଶ ପରି ଟେଷ୍ଟ ଅନୁଭବ ଥିବା ରାଷ୍ଟ୍ରକୁ ଏକମାତ୍ର ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨୨୪ ରନରେ ପରାସ୍ତ କରିଛି ।

ପଡ଼ୋଶୀ ଆଫଗାନିସ୍ତାନର ଏହି ଟେଷ୍ଟ ବିଜୟରେ ବିଜୟର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ ଜଣାଶୁଣା ଆଫଗାନୀ ସ୍ପିନର୍ ରଶିଦ୍ ଖାନ । ସେ ଏହି ଟେଷ୍ଟମ୍ୟାଚରେ ଉଭୟ ଇନିଂସରେ ହାସଲ କରିଛନ୍ତି ମୋଟ ୧୧ଟି ଓିକେଟ । ଏହା ବ୍ୟତୀତ ସର୍ବକନିଷ୍ଠ କପ୍ତାନ ଭାବେ କୌଣସି ଟେଷ୍ଟ ମ୍ୟାଚ ଜିତିଛନ୍ତି ରଶିଦ୍ । କେବଳ ସେତିକି ନୁହେଁ ସେ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ଭାବେ ଏକ ଅର୍ଦ୍ଧଶତକ ମଧ୍ୟ ହାସଲ କରିପାରିଛନ୍ତି ।

ଚଟ୍ଟୋଗ୍ରାମ ଟେଷ୍ଟ ସ୍କୋର୍:

ଆଫଗାନିସ୍ତାନ: ୩୪୨ ଏବଂ ୨୬୦

ବାଂଲାଦେଶ: ୨୦୫ ଏବଂ ୧୭୩

Leave A Reply

Your email address will not be published.