Latest Odisha News

BREAKING NEWS

ଚନ୍ଦ୍ରରେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ‘ଲ୍ୟାଣ୍ଡର ବିକ୍ରମ’: ଇସ୍ରୋ

ନୂଆଦିଲ୍ଲୀ: ଅନେକ ଆଶା ଆଶଙ୍କା ମଧ୍ୟରେ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟଣ-୨ କୁ ନେଇ ଆଉ ଏକ ଖୁସି ଖବର ମିଳିଛି । ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅବସ୍ଥାରେ ଅଛି ଏବଂ ବିକ୍ରମର କୌଣସି ବି ଅଂଶ ଭାଙ୍ଗିରୁଜି ଯାଇନାହିଁ ବୋଲି ସୋମବାର ଦିନ ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ତେବେ ଲ୍ୟାଣ୍ଡର ବିକ୍ରମ ସହ ଯଥାଶୀଘ୍ର ଯୋଗାଯୋଗ ସ୍ଥାପନ କରିବାକୁ ଭର୍ତିୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଚେଷ୍ଟା କରୁଥିବା ଏହାର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଶନିବାର ମଧ୍ୟ ରାତ୍ରରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟଣ-୨ ଅବତରଣ କରିବାର ମାତ୍ର ୨ କିମି ପୂର୍ବରୁ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମର ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ମାତ୍ର ରବିବାର ଦିନ ବିକ୍ରମର ଠିକଣା ପୁଣି ଥରେ ପତ୍ତା ଲଗାଇଥିଲା ଇସ୍ରୋ। ଯାହାର କିଛି ଫଟୋ ଅର୍ବିଟର ଉଠାଇ ଇସ୍ରୋକୁ ପଠାଇଥିଲା ।

ଇସ୍ରୋ ଦେଇଥିବା ସୂଚନା ଅନୁସାରେ ଲ୍ୟାଣ୍ଡର ବିକ୍ରମ ନିଜ ଧାର୍ଯ୍ୟ ସ୍ଥାନଠାରୁ ମାତ୍ର ୫ ଶହ ମିଟର ଦୂରରେ ଚନ୍ଦ୍ରପୃଷ୍ଠ ଭୂମିରେ ପଡିଥିବା ଜଣାପଡିଛି । ଯଦି ଏହା ସହ ସଂପର୍କ ସ୍ଥାପନ କରିହେବ ତେବେ ସେ ପୁଣି ଥରେ ନିଜ ଗୋଡରେ ଠିଆ ହୋଇପାରିବ ବୋଲି ଇସ୍ରୋ କହିଛି । କାହିଁକି ନା ଲ୍ୟାଣ୍ଡର ବିକ୍ରମରେ ଏଭଳି ଟେକ୍ନୋଲୋଜି ଖଂଜା ଯାଇଛି , ଯେଉଁଥିରେ କି ସେ ପଡିବା ପରେ ବି ନିଜକୁ ଠିଆ କରିବାରେ ସକ୍ଷମ ହୋଇପାରିବ । କିନ୍ତୁ ଏଥି ପାଇଁ ତାର କମ୍ୟୁନିକେସନ ସିଷ୍ଟମ ସହ ସଂପର୍କ ସ୍ଥାପନ କରିବା ନିହାତି ଆବଶ୍ୟକ ।

ଯାହା ଫଳରେ ତାକୁ କମାଣ୍ଡ ରିସିଭ୍ ହୋଇପାରିବ । ଯଦିଓ ଏହି କାମ ସଫଳ ହେବା ଆଶା ମାତ୍ର ୧ ପ୍ରତିଶତ ରହିଛି ତଥାପି ଇସ୍ରୋ ବୈଜ୍ଞାନିକ ମାନେ ନିଜ ଚେଷ୍ଟା ଜାରି ରଖିଛନ୍ତି ।

Leave A Reply

Your email address will not be published.