Latest Odisha News

BREAKING NEWS

ଆଫଗାନିସ୍ତାନରେ ରାଜନୈତିକ ସଙ୍କଟ ଟଳିଲା : ଅଶରଫ ଘନି ଓ ଅବଦୁଲ୍ଲାଙ୍କ ମଧ୍ୟରେ ବୁଝାମଣା

କାବୁଲ: ଦୀର୍ଘ ଦିନ ପରେ ଆଫଗାନିସ୍ତାନରେ ରାଜନୈତିକ ସଙ୍କଟ ଟଳିଛି । ରାଷ୍ଟ୍ରପତି ଅଶରଫ ଘନି ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲା ଅବଦୁଲ୍ଲା ମଧ୍ୟରେ କ୍ଷମତା ନେଇ ବୁଝାମଣା ହୋଇଛି । ଅଶରଫ ରାଷ୍ଟ୍ରପତି ପଦ ସମ୍ଭାଳିବେ ଏବଂ ଅବଦୁଲ୍ଲାଙ୍କ ନିୟନ୍ତ୍ରଣରେ ମନ୍ତ୍ରାଣାଳୟ ରହିବ । କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଅଧା ଅବଦୁଲ୍ଲାଙ୍କ ହାତରେ ରହିବ ।

BjdElectrycity

ରିପୋର୍ଟ ମୁତାବକ ଆମେରିକା ଚାପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଛି । ୨୦୧୪ରେ ମଧ୍ୟ ଦୁଇନେତାଙ୍କ ଦ୍ୱାରା ସରକାର ଗଠନ କରାଯାଇଥିଲା । ରାଜନୈତିକ ଅସ୍ଥିରତା ଦୂର ହେବା ପରେ ଆମେରିକା ଏବଂ ତାଲିବାନ ମଧ୍ୟରେ ଶାନ୍ତି ଆଲୋଚନା ପ୍ରକ୍ରିୟା ପୁନର୍ବାର ଆରମ୍ଭ କରାଯିବ ।

Leave A Reply

Your email address will not be published.