ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ପ୍ରଥମ ଥର ବିଦେଶରେ ମାମଲା ଦାୟର କରିଛି ନ୍ୟାସନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (NIA) । ଆଫଗାନିସ୍ତାନ ରାଜଧାନୀ କାବୁଲରେ ହୋଇଥିବା ଆକ୍ରମଣକୁ ଖୋଦ NIA ଯାଂଚ କରିବ ।
ନିୟମରେ ପରିବର୍ତ୍ତନ କରାଯିବା ପରେ ପ୍ରଥମ ଥର ପାଇଁ NIA ବିଦେଶରେ ଘଟିଥିବା ଆତଙ୍କବାଦ ଆକ୍ରମଣର ଯାଂଚ କରିବ ।
National Investigation Agency has registered a case u/s 120B, 125 of IPC and 16,18,20 & 38 of UAPA under the provisions of section 6(8) of the NIA Act and started investigation into the terrorist attack on a Gurudwara at Kabul, Afghanistan on 25th, March 2020. pic.twitter.com/nDBmjcMhRi
— ANI (@ANI) April 1, 2020
୨୫ ମାର୍ଚ୍ଚରେ କାବୁଲ ଗୁରଦ୍ୱାରାରେ ହୋଇଥିବା ଆତ୍ମଘାତୀ ହମଲାରେ ୨୭ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିଲା । ANI ରିପୋର୍ଟ ଅନୁଯାୟୀ NIA ର ପରିବର୍ତ୍ତିତ ଆକ୍ଟ ରେ ବାହାର ଦେଶରେ ଭାରତକୁ ଛାନଭିନ୍ କରିବାକୁ ଅଧିକାର ମିଳିଛି ।
ଗତମାସରେ ଘଟିଥିବା ଆତଙ୍କବାଦୀ ହମଲା ପଛରେ ଇସଲାମିକ୍ ଷ୍ଟେଟ୍ର ଛତ୍ରଛାୟା ତଳେ ବଢିଥିବା ଇସଲାମିକ୍ ଷ୍ଟେଟ୍ ଖୋରସାନ୍ ପ୍ରୋଭିନ୍ସ (ISKP) ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିଥିଲା ।
Comments are closed.