Latest Odisha News

BREAKING NEWS

ବଢିଲା JNU ପ୍ରବେଶିକା ପରୀକ୍ଷା ଆବେଦନର ସମୟସୀମା !

ନୂଆଦିଲ୍ଲୀ: ଲକ୍‌-ଡାଉନ କାରଣରୁ ଜବାହରଲାଲ ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆବେଦନର ସମୟସୀମାକୁ ବୃଦ୍ଧି କରିଛି । କରୋନା ମହାମାରୀ ଯୋଗୁଁ ଦେଶର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।

ଏପରିକି କିଛି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ କରାଯାଇଛି । ଦେଶର ଏଭଳି ଜଟିଳ ସ୍ଥିତିରେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ଯେପରି କୌଣସି ଅସୁବିଧା ନ ହୁଏ, ସେଥିଲାଗି ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ।

କରୋନାଭାଇରସ୍ ପାଇଁ JNU ଛାତ୍ରଛାତ୍ରୀଙ୍କୁ କିଛି ଅତିରିକ୍ତ ସମୟ ଦେଇଛି । ଛାତ୍ରଛାତ୍ରୀମାନେ ଭଲ ଭାବେ ପ୍ରସ୍ତୁତି କରିବା ସହ ପ୍ରବେଶିକା ପରୀକ୍ଷା ଫର୍ମକୁ ଜମା କରିବା ପାଇଁ ଅତିରିକ୍ତ ସମୟ ପାଇବେ ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ୱେବ୍‌ସାଇଟ୍ ଜରିଆରେ ଛାତ୍ରଛାତ୍ରୀମାନେ ନୂଆ ତାରିଖ ପାଇପାରିବେ । ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭକାମନା ଜଣାଇଛନ୍ତି JNU ଉପକୁଳପତି ଏମ୍‌.ଜଗଦୀଶ କୁମାର ।

Leave A Reply

Your email address will not be published.