Latest Odisha News

BREAKING NEWS

ଆଫଗାନିସ୍ତାନ ଗୁରଦ୍ୱାରା ଆକ୍ରମଣ ମାମଲା, ଯାଂଚ କରିବ NIA !

ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ପ୍ରଥମ ଥର ବିଦେଶରେ ମାମଲା ଦାୟର କରିଛି ନ୍ୟାସନାଲ୍ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି (NIA) । ଆଫଗାନିସ୍ତାନ ରାଜଧାନୀ କାବୁଲରେ ହୋଇଥିବା ଆକ୍ରମଣକୁ ଖୋଦ NIA ଯାଂଚ କରିବ ।

ନିୟମରେ ପରିବର୍ତ୍ତନ କରାଯିବା ପରେ ପ୍ରଥମ ଥର ପାଇଁ NIA ବିଦେଶରେ ଘଟିଥିବା ଆତଙ୍କବାଦ ଆକ୍ରମଣର ଯାଂଚ କରିବ ।

୨୫ ମାର୍ଚ୍ଚରେ କାବୁଲ ଗୁରଦ୍ୱାରାରେ ହୋଇଥିବା ଆତ୍ମଘାତୀ ହମଲାରେ ୨୭ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିଲା । ANI ରିପୋର୍ଟ ଅନୁଯାୟୀ NIA ର ପରିବର୍ତ୍ତିତ ଆକ୍ଟ ରେ ବାହାର ଦେଶରେ ଭାରତକୁ ଛାନଭିନ୍ କରିବାକୁ ଅଧିକାର ମିଳିଛି ।

ଗତମାସରେ ଘଟିଥିବା ଆତଙ୍କବାଦୀ ହମଲା ପଛରେ ଇସଲାମିକ୍ ଷ୍ଟେଟ୍‌ର ଛତ୍ରଛାୟା ତଳେ ବଢିଥିବା ଇସଲାମିକ୍ ଷ୍ଟେଟ୍ ଖୋରସାନ୍ ପ୍ରୋଭିନ୍ସ (ISKP) ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିଥିଲା ।

Leave A Reply

Your email address will not be published.