କାବୁଲ: ଆଫଗାନିସ୍ତାନରେ ତାଲିବାନ କବଳରୁ ଉଦ୍ଧାର ହୋଇଛନ୍ତି ଶିଖ ସାଂସଦ ନରେନ୍ଦ୍ର ସିଂ । ରବିବାର ଭାରତୀୟ ବାୟୁସେନା ବିମାନ ସି-୧୭ରେ ତାଙ୍କୁ ଅନ୍ୟମାନଙ୍କ ସହ ଭାରତ ଅଣାଯାଇଥିଲା । ଏଠାରେ ପଂହଚିବା ପରେ ଭାବପ୍ରବଣ ହୋଇ ଯାଇଥିଲେ ନରେନ୍ଦ୍ର । ୨୦ ବର୍ଷ ଧରି ଦେଶର ବିକାଶ ପାଇଁ ଯେଉଁ ସରକାର ଆମେ ଗଠନ କରିଥିଲୁ ତାହା ଏମିତି ପଳେଇଯିବ କେବେ ଭାବି ନ ଥିଲୁ । ଏବେ ସବୁ କିଛି ଶେଷ ହୋଇଗଲା ।
ଜଣେ ସାଂସଦ ଭାବେ ଦେଶ ଛାଡିବା କେତେ ଯନ୍ତ୍ରଣା ଦାୟକ ତାହା କେହି ବୁଝିପାରିବେ ନାହିଁ । ତେବେ ତାଙ୍କୁ ସୁରକ୍ଷିତ ଭାବେ ଅଣା ଯାଇଥିବାରୁ ସେ ଭାରତ ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Comments are closed.