ପୁରୀ: ରକ୍ଷା ବନ୍ଧନ ହିନ୍ଦୁ ଧର୍ମର ଏକ ବଡ ଏବଂ ବିଶ୍ୱାସର ପର୍ବ ଭାବେ ପାଳନ କରି ଯାଇଥାଏ । ତେବେ ଦୁନିଆକୁ ରକ୍ଷା କରୁଥିବା ଭଗବାନମାନଙ୍କ ପାଇଁ ବି ତାଙ୍କ ଭଉଣୀମାନେ ରାକ୍ଷା ପଠାଇଥାନ୍ତି । ଆସନ୍ତୁ ଜାଣିବା ଏ ସମ୍ପର୍କରେ..
ମହାପ୍ରଭୁ ଶ୍ରୀରାମଙ୍କ ଭଉଣୀଙ୍କ ନାମ ପଚରାରିଲେ ପ୍ରାୟତଃ ଜାଣି ନ ଥାନ୍ତି । ତେବେ ପ୍ରତିବର୍ଷ ରକ୍ଷା ବନ୍ଧନରେ ଶ୍ରୀରାମଙ୍କ ପାଖକୁ ସେ ରାକ୍ଷୀ ପଠାଇଥାନ୍ତି । ତାଙ୍କ ଭଉଣୀଙ୍କ ନାମ ହେଲା ଶାନ୍ତା । ତାଙ୍କ ବିବାହ ଶୃଙ୍କୀ ଋଷିଙ୍କ ସହିତ ହୋଇଥିଲା । ହିମାଚଳ ପ୍ରଦେଶର କୁଲ୍ଲୁରେ ଶୃଙ୍ଗୀ ଋଷି ଏବଂ ଶାନ୍ତାଙ୍କ ମନ୍ଦିର ରହିଛି । ପ୍ରତ୍ୟେକ ବର୍ଷ ଏଠାରୁ ଶ୍ରୀରାମଙ୍କ ପାଇଁ ସେ ରାକ୍ଷୀ ପଠାଇଥାନ୍ତି ।
ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କ ୩ ଭଉଣୀ ମଧ୍ୟ ଭାଇର ଶୁଭ ମନାସି ରାକ୍ଷୀ ପଠାଇଥାନ୍ତି । ଶ୍ରୀକୃଷ୍ଣଙ୍କ ୩ ଭଉଣୀ ହେଲେ ଯଶୋଦାଙ୍କ କନ୍ୟା ଏକାନଙ୍ଗା, ବାସୁଦେବଙ୍କ ଦ୍ୱିତୀୟ ପତ୍ନୀ ରୋହଣୀଙ୍କ ଝିଅ ସୁଭଦ୍ରା ଓ ସତୀ (କଂସ ଯାହାକୁ ପିଟି କରି ମାରିବାକୁ ଚେଷ୍ଟା କରିଥିଲେ ଅଥଚ ସେ ହାତରୁ ଖସି ପଳାଇଥିଲେ) । ଏଠାରୁ କିଛି ରାକ୍ଷୀ ଅଯୋଧ୍ୟା ପଠା ଯାଇଥାଏ ବୋଲି ବାଙ୍କେ ବିହାରୀଙ୍କ ପୂଜକ କହିଛନ୍ତି ।
ଶ୍ରାବଣ ମାସର ଶେଷ ଦିନ ବାବା ବିଶ୍ୱନାଥଙ୍କ ନିକଟରେ ସମ୍ପୂର୍ଣ୍ଣ ବୈଦିକ ରୀତିରେ ରକ୍ଷାବନ୍ଧନ ପର୍ବ ପାଳିତ ହୋଇଥାଏ । ଏଠାରେ ହଜାର ହଜାର ରାକ୍ଷୀକୁ ଏକତ୍ର ପ୍ରଭୂଙ୍କ ପାଦ ତଳେ ପୂଜା କରାଯାଇଥାଏ ।
BREAKING NEWS
- ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ ୨’ରେ ରାକ୍ଷୀ ସାୱନ୍ତଙ୍କୁ ସମୟ ରୈନାଙ୍କ କଟାକ୍ଷ, ଫିଲ୍ଟର ବିବାଦର ଦେଲେ ଜବାବ
- ଆପଣଙ୍କ ଗାଡ଼ିର କାଗଜପତ୍ର ଠିକ୍ ଅଛି ତ? ନିୟମ ନମାନିଲେ ସବୁଦିନ ପାଇଁ ବାତିଲ ହୋଇଯିବ ଗାଡ଼ିର ଆର୍ସି
- ନେପାଳ ବନ୍ୟା ବିପର୍ଯ୍ୟୟ: ୪ ଓଡ଼ିଆଙ୍କ ମିଳୁନି ପତ୍ତା, ଉଦ୍ଧାର ହୋଇଥିବା ଅନ୍ୟ ପର୍ଯ୍ୟଟକ ସୁରକ୍ଷିତ ଥିବା ସରକାରଙ୍କ ସୂଚନା
- OPSC Exam: OCS ମେନ୍ ପରୀକ୍ଷାର ତାରିଖ ଘୋଷଣା;ଦୁଇଟି ସିଟିଂରେ ହେବ ପରୀକ୍ଷା
- ଜାତୀୟ କ୍ରୀଡ଼ା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ‘ଖେଳିବ ଓଡ଼ିଶା, ଜିତିବ ଓଡ଼ିଶା’ ମନ୍ତ୍ରରେ ଆଗକୁ ବଢ଼ିବ ରାଜ୍ୟ
- ଅଡୁଆରେ ଗିରଫ ଯୁବନେତା: ପୋଲିସର ମାରାଥନ୍ ଜେରା, ଦୁର୍ଗାପୁର ପାହାଡ଼ ଉପରେ ଥିବା ବେଆଇନ ଅଫିସ ସିଲ୍ କଲା ବନବିଭାଗ
- ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଏସ୍ଆଇ
- ଦେଓମାଳି ବୁଲିବାକୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣ, ଥାନାରେ ମାମଲା ରୁଜୁ
- MMDR Bill 2026: MMDR ସଂଶୋଧନ ବିଲ୍-୨୦୨୬କୁ ନେଇ ସାଂସଦଙ୍କ ପ୍ରତିକ୍ରିୟା;ନବୀନଙ୍କ ପତ୍ରର ଉତ୍ତର ରଖିଲେ ଧର୍ମେନ୍ଦ୍ର
- ଖଡ଼ଗେଙ୍କ ଗସ୍ତ ପରେ ‘ଶୁଦ୍ଧିକରଣ’କୁ ନେଇ ତେଜିଲା ରାଜନୀତି, କଂଗ୍ରେସକୁ ଦଳିତ ବିରୋଧୀ କହିଲା ବିଜେପି

Comments are closed.