Latest Odisha News

BREAKING NEWS

ଭାରତ ଆସିବ ଆଫଗାନିସ୍ତାନ କ୍ରିକେଟ ଟିମ

ନୂଆଦିଲ୍ଲୀ: ପାକିସ୍ତାନ ଆକ୍ରମଣରେ ଆଫଗାନିସ୍ତାନର ୩ଜଣ କ୍ରିକେଟର ମୃତ୍ୟୁବରଣ କରିଛନ୍ତି । ଏଥିନେଇ ପାକିସ୍ତାନ ସହ ଆଫଗାନିସ୍ତାନ କ୍ରିକେଟ ସମ୍ପର୍କ ଚ୍ଛିନ୍ନ କରିଛି । ରିପୋର୍ଟ ମୁତାବକ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଆରମ୍ଭ ହେବ । ଏହା ପରୋକ୍ଷରେ ପାକିସ୍ତାନକୁ ଶକ୍ତ ଧକ୍କା ହେବ ବୋଲି ଅନୁମାନ କରାଯାଉଛି । ଆଫଗାନିସ୍ତାନର ୧୯ ବର୍ଷରୁ କ୍ରିକେଟ ଟିମ କମ ଆସନ୍ତା ମାସରେ ଭାରତ ଗସ୍ତରେ ଆସିବେ । ଆଫଗାନିସ୍ତାନ ବୋର୍ଡ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ।

ଆସନ୍ତା ବର୍ଷ ଆରମ୍ଭରେ ୧୯ ବଷର୍ର କମ ବିଶ୍ୱକପ ଆରମ୍ଭ ହେବ । ଏହାର ପ୍ରସ୍ତୁତି ଦୃଷ୍ଟିକୋଣରୁ ଏହି ସିରିଜର ଆୟୋଜନ କରାଯାଇଛି । ଭାରତର ୨ଟି ଟିମ ଏବଂ ଆଫଗାନିସ୍ତାନର ଗୋଟିଏ ଟିମ ଏଥିରେ ଅଂଶଗ୍ରହଣ କରିବେ । ନଭେମ୍ବର ୧୭ରୁ ଏହି ସିରିଜ ଆରମ୍ଭ ହେବ । ୩ଟି ଟିମ ପରସ୍ପର ବିପକ୍ଷରେ ୨ଟି ଲେଖାଏଁ ମ୍ୟାଚ ଖେଳିବେ । ନଭେମ୍ବର ୩୦ରେ ଫାଇନାଲ ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚ ବେଙ୍ଗାଲୁର ସେଂଟର ଅଫ ଏକ୍ସିଲେନ୍ସରେ ଖେଳାଯିବ ।

Comments are closed.