କାବୁଲ: ଆଫଗାନିସ୍ତାନ ଦଖଲ କରିବ ପରେ ତାଲିବାନ ତାର କଥାରୁ ଓହରିବା ସହ ନିଷ୍ଠୁରତାର ଖେଳ ଆରମ୍ଭ କରିଛି । ବୁଧବାର ଜୁନିୟର ମହିଳା ଭଲିବଲ ଖେଳାଳି ମହଜିବନି ହାକିମିଙ୍କ ମୁଣ୍ଡ ସେମାନେ କାଟି ଦେଇଛନ୍ତି । ଏହି ହତ୍ୟା କାଣ୍ଡ ସମ୍ପର୍କରେ କାହାକୁ ନ ଜଣାଇବା ପାଇଁ ପରିବାରବର୍ଗଙ୍କୁ ଧମକ ଦିଆ ଯାଇଥିଲା । ଏହି ଘଟଣା ଲୋକ ଲୋଚନକୁ ଆସି ଯାଇଥିବାରୁ ତାଙ୍କ କୋଚ ଖୁସି ବ୍ୟକ୍ତ କରିଛନ୍ତି । ତାଲିବାନ ଶାସନ କ୍ଷମତା ଆଣିବା ପୂର୍ବରୁ ଅନେକ ମହିଳା ଖେଳାଳି ଦେଶ ଛାଡି ପଳାଇଥିଲେ । ତେବେ ହାକିମି ଦେଶ ଛାଡି ଯିବାକୁ ମନା କରି ଦେଇଥିଲେ ।
ଏବେ ବି ସେଠାରେ ଅନେକ ମହିଳା ଖେଳାଳି ଜୀବନ ବଂଚାଇବା ପାଇଁ ବିଦେଶର ସଂଗଠନ ଏବଂ ଅନ୍ୟ ଦେଶର ସହଯୋଗ ଆଶା କରୁଥିଲେ ମଧ୍ୟ ତାହା ପାଇ ପାରୁ ନାହାନ୍ତି । ହାକିମିଙ୍କ ଘଟଣା ତାଲିବାନୀ ଆତଙ୍କୀଙ୍କ ପ୍ରକୃତ ମୁଖା ଖୋଲି ଦେଇଛି ବୋଲି କୋଚ କହିଛନ୍ତି । ୧୯୭୮ରେ ଏଠାରେ ରାଷ୍ଟ୍ରୀୟ ମହିଳା ଭଲିବଲ ଟିମର ଗଠନ କରାଯାଇଥିଲା ।
Comments are closed.