Latest Odisha News

BREAKING NEWS

ଟି୨୦ ବିଶ୍ୱକପ : ଇଂଲଣ୍ଡ, ଆଫଗାନିସ୍ତାନ ବିଜୟୀ

କୋଲକାତା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ସୋମବାର ଇଂଲଣ୍ଡ ଓ ଆଫଗାନିସ୍ତାନ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଇଟାଲୀ ବିପକ୍ଷରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୨୦୨ ରନ କରିଥିଲେ । ୱିଲ ଜ୍ୟାକ୍ସ ୨୨ ବଲରେ ଦ୍ରୁତ ୫୩ ରନ ସଂଗ୍ରହ କରିଥିଲେ । ଗ୍ରାଂଟ ଷ୍ଟିୱାର୍ଟ ଓ କ୍ରିଶାନ କାଲୁ ଗାମାଗେ ୨ଟି ଲେଖାଏଁ ୱିକେଟ ନେଇଥିଲେ । ୨୦୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଟାଲୀ ୧୭୮ ରନ କରି ଅଲଆଉଟ ହୋଇ ଯାଇଥିଲା । ବେନ ମାନେଟି ୬୦, ଗ୍ରାଂଟ ଷ୍ଟିୱାର୍ଟ ୪୫ ରନ କରିଥିଲେ । ଇଂଲଣ୍ଡର ଜେମୀ ଓଭରଟନ ୩ଟି ଓ ଜୋଫ୍ରା ଆର୍ଚ୍ଚର ୨ଟି ୱିକେଟ ନେଇ ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଅନ୍ୟ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନ ଶେଷ ଓଭରରେ ୟୁଏଇକୁ ୫ ୱିକେଟରେ ପରାଜିତ କରିଛି । ୟୁଏଇ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୧୬୦ ରନ କରିଥିଲା । ଶୋଏବ ଖାଁ ସର୍ବାଧିକ ୬୮ ରନ କରିଥିଲେ । ଅଜମୁତାଲ୍ଲା ଓମ୍ରଜାଇ ୪ଟି ୱିକେଟ ଅକ୍ତିଆର କରିଥିଲେ । ଆଫଗାନିସ୍ତାନ ୧୯.୨ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଇବ୍ରାହିମ ଜାର୍ଡାନ ୫୩ ଏବଂ ଶେଷ ଭାଗରେ ପ୍ଲେୟାର ଅଫ ଦି ମ୍ୟାଚ ଓମ୍ରଜାଇ ବିସ୍ଫୋରକ ୪୦ ରନ ସଂଗ୍ରହ କରି ଦଳକୁ ଜିତାଇଥିଲେ ।

Leave A Reply

Your email address will not be published.