ପଞ୍ଜଶୀର: ଆଫଗାନିସ୍ତାନରେ ତାଲିବାନ ପାଇଁ ସର୍ବଦା ପ୍ରତିବନ୍ଧକ ହୋଇ ରହି ଆସିଛି ପଞ୍ଜଶୀର ଘାଟି । ଏଥର ତାଲିବାନ ଏହାକୁ କବଜା କରିବାରେ ସଫଳ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଶେଷ କିଛି ଫାଇଦା ପାଇ ନାହାନ୍ତି । ତାଲିବାନ ଏଠାରେ ପ୍ରବେଶ କରିବା ମାତ୍ରେ ସମ୍ପୂର୍ଣ୍ଣ ସହର ଜନଶୂନ୍ୟ ହୋଇ ଯାଇଥିଲା । ବୃଦ୍ଧ ଓ ଅର୍କମଣ୍ୟ ଲୋକଙ୍କ ବ୍ୟତୀତ ଆଉ କେହି ନ ଥିଲେ । ଘର ଦ୍ୱାର ଖାଲି କରିଦେଇ ସେମାନେ ପାହଡ ଉପରକୁ ପଳାଇ ଯାଇଛନ୍ତି । ଖେଞ୍ଜରେ ୧୦୦ ପରିବାରରୁ ମାତ୍ର ୩ଟି ରହିଛନ୍ତି ।
ତାଲିବାନମାନେ ବିଭିନ୍ନ ସ୍ଥାନରେ ମାରାଣାସ୍ତ୍ର ଧରି ଜଗି ରହିଛନ୍ତି । କାରଣ ସେମାନେ ଭଲ ଭାବେ ଜାଣିଛନ୍ତି ପଞ୍ଜଶୀର ଘାଟିର ଯୋଦ୍ଧା ଗୋରିଲ୍ଲା ଲଢ଼େଇରେ ପାରଙ୍ଗମ । କେତେବେଳେ ବି ଆକ୍ରମଣ କରି ପାରନ୍ତି । ୭୦ କିଲୋମିଟର ପରିବ୍ୟାପ୍ତ ଏହି ଅଂଚଳ ଏବେ ସମ୍ପୂର୍ଣ୍ଣ ଖାଁ ଖାଁ । ଜିତି କି ବି ଏହି ଅଂଚଳରେ ତାଲିବାନ ହାର ମାନିଛନ୍ତି କହିଲେ ଭୁଲ ହେବନି ।
Comments are closed.