ନୂଆଦିଲ୍ଲୀ: ଏଣିକି ଆଉ ଡାକ୍ତରୀ ପାଠ ପଢିପାରିବେନି ଦେଶର ଝିଅମାନେ । ଡାକ୍ତରୀ ପାଠ ଝିଅମାନଙ୍କ ପାଇଁ ବ୍ୟାନ କରିଛନ୍ତି ସରକାର । ଏପରି କିଛି ହଟକେ ନିୟକ ଆଣି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ତାଲିବାନ୍ ସରକାର । ଯେଉଁଥିରେ ଝିଅମାନେ କିମ୍ବା ମହିଳାମାନେ ଡାକ୍ତରୀପାଠ ପଢିପାରିବେ ନାହିଁ କି କୌଣସି ପୁରୁଷ ଡାକ୍ତରଙ୍କ ଠାରୁ ନିଜର ଚିକିତ୍ସା ମଧ୍ୟ କରାଇପାରିବେ ନାହିଁ ।
ତେବେ ତାଲିବାନ ତାଲିବାନର ସର୍ବୋଚ୍ଚ ନେତା ହାଇବତୁଲ୍ଲା ଆଖୁନ୍ଦଜାଦା ତାଲିବାନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବୈଠକରେ କିଛି ଏମିତି ଅଜବ ଗଜମ ନିୟମ ଘୋଷଣା କରିଛନ୍ତି । କେତେକ ପ୍ରଦେଶର ମହିଳାମାନଙ୍କୁ ମେଡିକାଲ ଶିକ୍ଷାରୁ ବଞ୍ଚିତ କରିବା ସହିତ ପୁରୁଷ ମେଡିକାଲ ପ୍ରଫେସନାଲଙ୍କ ଦ୍ବାରା ଚିକିତ୍ସା କରାଇବାକୁ ମଧ୍ୟ ବାରଣ କରିଛନ୍ତି । ଅର୍ଥାତ୍ ଏହି ନୂତନ ଆଦେଶ ଦ୍ବାରା ତାଲିବାନ ମହିଳା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ତାଲିମ ବନ୍ଦ ହେବା ସହିତ ମହିଳାଙ୍କ ପାଇଁ ଅନାବଶ୍ୟକ ଯନ୍ତ୍ରଣା, ଦୁଃଖ, ଅସୁସ୍ଥତା ଏବଂ ମୃତ୍ୟୁ ଘଟିବା ନିଶ୍ଚି କରିଛନ୍ତି ସରକାର । ଅର୍ଥାତ୍ ସେ ଚାହୁଁଛନ୍ତି ତାଙ୍କ ଦେଶରେ ମହିଳା ଅନାୟଶରେ ମୃତ୍ୟୁ ବରଣ କରନ୍ତୁ । କାରଣ ଏହି ନିୟମ ପରେ ସେମାନଙ୍କର ଚିକିତ୍ସା ପାଇଁ ମହିଳା ସ୍ୱାସ୍ଥ୍ୟ କର୍ମୀ ହିଁ ରହିବେ ନାହିଁ । ଆଉ ପୁରୁଷଙ୍କ ଠାରୁ ସେମାନଙ୍କୁ ଚିକିତ୍ସା କରିବା ପାଇଁ ବାରଣ କରାଯାଇଛି ।
ଅନ୍ୟପଟେ ସରକାରଙ୍କ ଏପରି ଅବାନ୍ତରିଆ ଆଦେଶକୁ ଚାରିଆଡୁ ନିନ୍ଦା କରାଯାଇଥିବା ବେଳେ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଫଗାନିସ୍ତାନ ଷ୍ଟାର କ୍ରିକେଟର ରସିଦ୍ ଖାନ୍ । ସରକାର ଏଭଳି ନିନ୍ଦନୀୟ ଆଦେଶକୁ ଉଚ୍ଛେଦ କରିବା ପାଇଁ ଦୃଢ ଅନୁରୋଧ କରିବା ସହିତ ଏଭଳି ଆଦେଶରେ ପୁନର୍ବିଚାର ପାଇଁ ପରାମର୍ଶ ଦେଇଛନ୍ତି ।
ସେପ୍ଟେମ୍ବର ୨୦୨୧ରେ ତାଲିବାନ ଷଷ୍ଠ ଶ୍ରେଣୀରୁ ଅଧିକ ଝିଅ ମାନଙ୍କୁ ମାଧ୍ୟମିକ ବିଦ୍ୟାଳୟକୁ ଯିବା ଉପରେ ପ୍ରତିବନ୍ଧକ ଲଗାଇଥିଲା। ଡିସେମ୍ବର ୨୦୨୨ରେ ଝିଅ ଓ ମହିଳାଙ୍କୁ ଉଚ୍ଚଶିକ୍ଷା ଗ୍ରହଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଯେଉଁଥିରେ ମହିଳାମାନେ କାନ୍ଦିବାର ନଜିର ମଧ୍ୟ ସାମ୍ନାକୁ ଆସିଥିଲା ।
ପରେ ଅଗଷ୍ଟ ୧୫, ୨୦୨୧ରେ ଦେଶର ନିୟନ୍ତ୍ରଣ ପୁନଃପ୍ରାପ୍ତ ହେବା ପରଠାରୁ ତାଲିବାନ ନିୟମ ପ୍ରଣୟନ କରିଛି ଯାହାକି ମହିଳା ତଥା ବାଳିକାମାନଙ୍କ ଜୀବନର ଅଧିକାଂଶ କ୍ଷେତ୍ରରେ ଅଧିକାରର ଉଲ୍ଲଂଘନ କରୁଛି । କେବଳ ଶିକ୍ଷାର ଅଧିକାର ନୁହେଁ, ଆନ୍ଦୋଳନ ତଥା ବାକ୍ ସ୍ୱାଧୀନତା ଅଧିକାରରେ ମଧ୍ୟ ହସ୍ତକ୍ଷେପ କରିଛି । କାର୍ଯ୍ୟ, ହିଂସାରୁ ମୁକ୍ତ ଜୀବନଯାପନ କରିବା, ସାଧାରଣ ଜୀବନରେ ଅଂଶଗ୍ରହଣ କରିବା ଏବଂ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ମହିଳାଙ୍କୁ ବାରଣ କରାଯାଇଥିବା ବେଳେ ଝିଅମାନେ ଜିମ୍ ଯାଇପାରିବେ ନାହିଁ କିମ୍ବା ପାର୍କରେ ମଧ୍ୟ ବୁଲିବେ ନାହିଁ ।
Comments are closed.