Latest Odisha News

ଓଡିଶା ଗସ୍ତରେ ଆଫ୍ରିକୀୟ ପ୍ରତିନିଧି ଦଳ

ଭୁବନେଶ୍ୱର: ଆଇସିଟି ପ୍ରୟୋଗର ସର୍ବୋତ୍ତମ ଅଭ୍ୟାସ ଅଧ୍ୟୟନ ପାଇଁ ଆଫ୍ରିକାର ଏକ ପ୍ରତିନିଧୀ ଦଳ ନିକଟରେ ଓଡିଶା ଗସ୍ତ କରିଛନ୍ତି। ଏଥିରେ ଇଥିଓପିଆ ଏବଂ ସୁଦାନର ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧୀ ସାମିଲ ରହିଥିଲେ । ଯେଉଁଥିରେ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି, ସହରୀ ବିକାଶ ଏବଂ ନିର୍ମାଣ, କୃଷି, ଏବଂ ଖଣି ଏବଂ ପେଟ୍ରୋଲିୟମ ଅନ୍ତର୍ଭୁକ୍ତ।

ଓଡିଶାର ୫ଟି ମନ୍ତ୍ରକୁ ପ୍ରଶଂସା କରି ଏହି ପ୍ରତିନିଧି ଦଳ ଲକ୍ଷ ଲକ୍ଷ ନାଗରିକଙ୍କ ଜୀବନକୁ ପ୍ରଭାବିତ କରିଥିବା ଟେକ୍ନୋଲୋଜି ତଥା ରାଜ୍ୟର ଦୃଷ୍ଟିକୋଣକୁ ଅନୁପ୍ରାଣିତ ହୋଇଥିଲେ।

 

ପ୍ରତିନିଧିମାନେ ଖଣିଜ ପରିଚାଳନା ଏବଂ ଶସ୍ୟ କ୍ରୟ ଏବଂ ସ୍ମାର୍ଟ ସିଟି ଅପରେସନ୍ ସମ୍ପର୍କରେ ଅଧିକ ଜାଣିବା ଲାଗି ରାଜ୍ୟର ବିଭିନ୍ନ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହାବ୍ୟତିତ ସେମାନେ ଓଡିଶାରେ ପରିବର୍ତ୍ତନ ଆଣିବା ତଥା ଲୋକଙ୍କୁ ସଶକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ‘ମୋ ସରକାର’ର ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ଓଡିଶା ସରକାରଙ୍କ ପାଇଁ ଏକ ପ୍ରମୁଖ ଟେକ୍ନୋଲୋଜି ପାର୍ଟନର ଭାବରେ କାର୍ଯ୍ୟ କରୁଥିବା ଏକ ଅଗ୍ରଣୀ ଫାର୍ମ ସିଏସଏମ୍ ଟେକ୍ନୋଲୋଜି ସେମାନଙ୍କର ଏହି ପରିଦର୍ଶନରେ ସହାୟତା କରିଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ସିଏସଏମ୍ ଟେକ୍ନୋଲୋଜି ବିଜନେସ୍ ହେଡ୍ ସୁଭେନ୍ଦୁ ମହାପାତ୍ର କହିଛନ୍ତି, “ପାରସ୍ପରିକ ଅଭିବୃଦ୍ଧି ପାଇଁ ଆମେ ସମସ୍ତେ ମିଳିମିଶି ଉପାୟ ଅନୁସନ୍ଧାନ କରିବା ପାଇଁ ଏହା ଏକ ଉତ୍ତମ ସୁଯୋଗ ଥିଲା।”

Leave A Reply

Your email address will not be published.