Latest Odisha News

BREAKING NEWS

କରୋନା: ହୋଲି ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁୁବନେଶ୍ୱର: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି । ହୋଲି ଆସୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଲୋକମାନଙ୍କୁ ପରାମର୍ଶ ଦେଇଛି । କେମିତି ହୋଲି ଖେଳିବେ ସେ ନେଇ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି । ବଡ ସମାବେଶ କରି ହୋଲି ନଖେଳିବାକୁ ପରାମର୍ଶ ଦେଇଛନ୍ତି । ହାତ ମିଳାଇବା, ଆଲିଙ୍ଗନ କରିବାକୁ ମନା କରିଛନ୍ତି । କରୋନା ଭାଇରସକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.