Latest Odisha News

BREAKING NEWS

ଆଉ ୬ ମାସ ବୃଦ୍ଧି ହେଲା ଆଫସ୍ପା ନିୟମ

କୋହିମା: କେନ୍ଦ୍ର ସରକାର ନାଗାଲାଣ୍ଡରେ ଆଫସ୍ପା ନିୟମକୁ ଆଉ ୬ ମାସ ପାଇଁ ବୃଦ୍ଧି କରିଛନ୍ତି । ସେନାଙ୍କୁ ଶକ୍ତିଶାଳୀ କରୁଥିବା ଏହି ନିୟମ ନେଇ ସେଠାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ସରକାର ଏହାକୁ ବଳବତର ରଖିଛନ୍ତି । ନାଗାଲାଣ୍ଡସ ରାଇଟ୍ସ ଗ୍ରୁପ ଓ ରାଜ୍ୟ ସରକାର ଏହାକୁ ପ୍ରତ୍ୟାହାର କରିନେବା ପାଇଁ ଦାବୀ କରି ଆସୁଛନ୍ତି ।

ଡିସେମ୍ବର ୪ରେ ଆତଙ୍କବାଦୀ ଭାବି ସେନା ପକ୍ଷରୁ କରାଯାଇଥିବା ଗୁଳିମାଡରେ ୧୩ଜଣଙ୍କ ମୃତ୍ୟୁ ହୋଇଥିଲା । ଉତ୍ୟକ୍ତ ଜନତା ସେନା ଉପରେ ଆକ୍ରମଣ କରିଥିଲେ ଏବଂ ଜଣେ ଯବାନ ଶହୀଦ ହୋଇଥିଲେ । ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.