Latest Odisha News

BREAKING NEWS

ଏସଏଚଜି ଗୃହ ନିର୍ମାଣ ପାଇଁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିବା ଅଭିଯୋଗ

କଟକ : ସହରାଞ୍ଚଳ ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ସରକାର । ତାହା କେଉଁଠାରେ ସଫଳ ହେଉଛି ତ ଆଉ କେଉଁଠି ବାଟବଣା । ମିଶନ ଶକ୍ତିର ଏସଏଚଜି ଗୃହ ନିର୍ମାଣ କରିବା ପାଇଁ ସରକାର ଟଙ୍କା ଖର୍ଚ୍ଚ କରି ଘର ତିଆରି କଲେ । ହେଲେ ତାହା ଭାଙ୍ଗି ଦିଆଗଲା । କାରଣ ଯେଉଁ ଜମି ଉପରେ ଘର ତିଆରି ହୋଇଥିଲା ତାହା ରେଳବାଇ ଜମି ଥିଲା ।

କଟକ ୫୨ ନମ୍ବର ୱାର୍ଡ ର ରାଜେନ୍ଦ୍ର ନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ରେଳବାଇ ବିଭାଗର ଜମି ଉପରେ ଚାଲିଥିଲା ଏସ ଏଚ ଜି ଗୃହ ନିର୍ମାଣ । ହେଲେ କିଛି ଉଠା ଦୋକାନୀ ଦୀର୍ଘ ଦିନ ହେଲା ଏହି ଜମି ଉପରେ ଦୋକନ କରି ପରିବାର ପ୍ରତିପୋଷଣ କରୁଥିଲେ ।

ହେଲେ ସିଏମସି ସେମାନଙ୍କୁ କାହିଁକି ଉଚ୍ଛେଦ କଲା ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିରିହ ଦୋକାନିଙ୍କୁ ଉଚ୍ଚେଦ କରି ବେଆଇନ ଘର ନିର୍ମାଣ କାର୍ଯ୍ୟ କରିଥିଲା ସିଏମସି । ଶୁଣିବାକୁ ମିଳିଛି ଏହି ଏସଏଚଜି ଗୃହ ନିର୍ମାଣ ପାଇଁ ୮ ଲକ୍ଷ ଟଙ୍କା ବ୍ୟୟ ବରଦା ହୋଇଥିବା ବେଳେ ।

ଏହି ଟଙ୍କାକୁ ଆତ୍ମସାତ କରାଯାଇଥିବା ଆଶଙ୍କା କରାଯାଉଛି । ତେବେ ପ୍ରଶ୍ନ ଉଠୁଛି ସିଏମସିର ନିଜସ୍ୱ ଜମି ନହୋଇ ରେଳବାଇ ଜମି ଉପରେ ଏଭଲି ଘର ତିଆରି କିପରି କରାଯାଇଥିଲା ।

ସିଏମସି ଅଧିକାରୀ କି ଯନ୍ତ୍ରୀ କିପରି ଜାଣିପାରିଲେନି । ସେପଟେ ଏହି ବେଆଇନ କାର୍ଯ୍ୟକୁ ସଫଳ କରିବାରେ ୱାର୍ଡ ସଭାପତି କନିଷ୍ଠ ଯନ୍ତ୍ରୀ, ଏସ୍ ଏଚ ଜି ଗ୍ରୁଫ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ରହିଛି ବୋଲି ବିଜେଡି ଯୁବ ୱାର୍ଡ ସଭପତି ଅଭିଯୋଗ ଆଣିଛନ୍ତି । ସେପଟେ ଏନେଇ ସିଏମସି କମିଶନର ଓ ବିଧାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ପ୍ରତିକ୍ରିୟା ରଖିବାକୁ ମନାକରିଦେଇଛନ୍ତି ।

Leave A Reply

Your email address will not be published.