Latest Odisha News

BREAKING NEWS

ଶ୍ରଦ୍ଧାଙ୍କ ବ୍ୟତୀତ ଅଫତାବଙ୍କ ଆହୁରି ଥିଲେ ୨୦ ଗର୍ଲଫ୍ରେଣ୍ଡ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲାଙ୍କୁ ନେଇ ଆଉ ଏକ ଭୟଙ୍କର ତଥ୍ୟ ସମ୍ମୁଖକୁ ଆସିଛି । ରିପୋର୍ଟ ମୁତାବକ ଶ୍ରଦ୍ଧାଙ୍କ ବ୍ୟତୀତ ଅଫତାବଙ୍କ ଆହୁରି ୨୦ ଗର୍ଲଫ୍ରେଣ୍ଡ ଥିଲେ । ସେମାନେ ବି ତାଙ୍କ ଘରକୁ ଯିବା ଆସିବା କରିଥାନ୍ତି । ଅଫତାବ ବମ୍ବଲ ଡେଟିଂ ଆପ ମାଧ୍ୟମରେ ଏମାନଙ୍କ ସହ ସମ୍ପର୍କ ରଖିଥିଲା । ମହରୌଲୀ ପୋଲିସ ଏ ନେଇ ପଚରା ଉଚରା ଆରମ୍ଭ କରିଦେଇଛି । ବମ୍ବଲ ଆପକୁ ପତ୍ର ଲେଖି ଅନ୍ୟ ଯୁବତୀମାନଙ୍କ ବିଷୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛି । ଶ୍ରଦ୍ଧା କଲେଜ ପଢ଼ୁଥିବା ବେଳେ ଏହି ଆପ ମାଧ୍ୟମରେ ଅଫତାବ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ସେହିପରି ଅନ୍ୟ ଯୁବତୀମାନଙ୍କ ସହ ଅଲଗା ଅଲଗା ସିମ ବ୍ୟବହାର କରି ସେ ଏ ଭଳି ବନ୍ଧୁତା କରିଥିଲା ।

ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ମୋବାଇଲ ହ୍ୟାଣ୍ଡସେଟକୁ ଓଏଲଏକ୍ସରେ ବିକ୍ରୀ କରି ଦେଇଥିଲା ଏବଂ ସିମକୁ ନଷ୍ଟ କରି ଦେଇଥିଲା । ଏହା ପରେ ସେହି ନମ୍ବରର ଆଉ ଏକ ସିମ ଆଣିବା ସହ ନୂତନ ମୋବାଇଲ ସେଟ କିଣିଥିଲେ । ୧୫ ସେପ୍ଟମ୍ବରରେ ଶ୍ରଦ୍ଧାଙ୍କ ବାପା ମଦନ ୱାଲକର ଝିଅ ନିଖୋଜ ନେଇ ମାମଲା ରୁଜୁ କରିଥିଲେ । ମୁମ୍ବାଇ ପୋଲିସ ଯାଂଚ କାର୍ଯ୍ୟରେ ଅଯଥା ବିଳମ୍ବ କରିଥିଲା । ୯ ନଭେମ୍ବରରେ ଦିଲ୍ଲୀ ପୋଲିସ ପାଖରେ ମୁମ୍ବାଇ ପୋଲିସ ପଂହଚିଥିଲା । ମାତ୍ର ୪ ଦିନ ମଧ୍ୟରେ ଦିଲ୍ଲୀ ପୋଲିସ କେସ ଉଜାଗର କରି ଦେଇଥିଲେ ।

Comments are closed.