Latest Odisha News

ନଭେମ୍ବରରେ କାହାକୁ ବିବାହ କରିବେ ରାଜକୁମାର ରାଓ ?

ମୁମ୍ବାଇ: ବଲିଉଡର ଭର୍ସାଟାଇଲ୍ ଆକ୍ଟର ରାଜକୁମାର ରାଓ । ନିଖୁଣ ଅଭିନୟ, ସିମ୍ପଲ୍ ଅନ୍ଦାଜ୍ । ଖାସ ଏହି ଦୁଇଟି କାରଣ ପାଇଁ ବଲିଉଡରେ ରାଜକୁମାରଙ୍କର ଏକ ଭିନ୍ନ ପରିଚୟ ରହିଛି । ନିକଟରେ ଏହି ଅଭିନେତାଙ୍କର ଫିଲ୍ମ ହମ୍ ଦୋ ହମାରେ ଦୋ ରିଲିଜ୍ ହୋଇଛି । ବୋଧ ହୁଏ ଏହି ଫିଲ୍ମରେ ପ୍ରଭାବିତ ହୋଇ ନଭେମ୍ବର ମାସରେ ରାଜକୁମାର ବିବାହ କରିବାକୁ ସ୍ଥିର କରିଛନ୍ତି ।

ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୧୦ ବର୍ଷର ପ୍ରେମ ସଂପର୍କକୁ ରାଜକୁମାର ରାଓ ନଭେମ୍ବର ମାସରେ ନୂଆରୂପ ଦେବାକୁ ଯାଉଛନ୍ତି । ଆସନ୍ତା ମାସ ୧୦ ତାରିଖରେ ଅଭିନେତ୍ରୀ ପତ୍ରଲେଖାଙ୍କ ସହ ରାଜକୁମାରଙ୍କର ବିବାହ କରିବେ । ତେବେ ବିବାହ ପୂର୍ବରୁ ବି ଦୁହେଁ ଦୀର୍ଘ ଦିନ ଧରି ଏକାଠି ରହିଆସୁଛନ୍ତି ।

ପୂର୍ବରୁ ଦୁହେଁ ହଂସଲ ମେହତାଙ୍କ ଫିଲ୍ମ ସିଟିଲାଇଟ୍ସରେ ଏକାଠି ଅଭିନୟ କରିଥିଲେ । ହେଲେ ପତ୍ରଲେଖାଙ୍କ ଏକ ବିଜ୍ଞାପନର ସୁଟିଂ ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ଅନେକ ହୁଏ ତ ଜାଣିନଥିବେ ଯେ, ଏକ ଦାମୀ ବ୍ୟାଗ ହିଁ ଦୁହିଁଙ୍କ ସମ୍ପର୍କରେ ନିବିଡତା ଆଣିଥିଲା । ହାତରେ କାମ ନଥିବା ସମୟରେ ରାଜକୁମାର ଏକ ଦାମୀ ବ୍ୟାଗ ପତ୍ରଲେଖାଙ୍କ ଉପହାର ସ୍‌ୂରୂପ ଦେଇଥିଲେ । ପରବର୍ତ୍ତୀ ସମୟରେ ସେହି ବ୍ୟାଗ ଚୋରି ହୋଇଥିଲେ ବି ଆଶ୍ଚର୍ଯ୍ୟଜନକ ଭାବେ ପତ୍ରଲେଖାଙ୍କୁ ତାହା ମିଳିଯାଇଥିଲା ।

Comments are closed.