Latest Odisha News

BREAKING NEWS

ଗୋଟିଏ ଦିନରେ ଅନୁଗୁଳରେ ୧୩ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାରେ ରେଡ୍ ଜୋନ କଟକଣା

ଅନୁଗୁଳ: ଗୋଟିଏ ଦିନରେ ଅନୁଗୁଳ ଜିଲ୍ଲାରେ ପ୍ରାୟ ୧୩ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରେଡ୍ ଜୋନ୍ ପାଇଁ ଉଦ୍ଦିଷ୍ଟ କଟକଣା କାର୍ଯ‌୍ୟକାରୀ କରିବାକୁ ଅନୁଗୁଳ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଅନୁଗୁଳ ଜିଲ୍ଲାପାଳ ମନୋଜ ମହାନ୍ତି କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୧୩ଟି ପଜିଟିଭ ମାମଲା ଚିହ୍ନଟ ହୋଇଥିବାରୁ ଜିଲ୍ଲାକୁ ରେଡ୍ ଜୋନରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ତେବେ ଯଦିଓ ଏପର୍ଯ‌୍ୟନ୍ତ କୋୖଣସି ସରକାରୀ ଘୋଷଣା ହୋଇନାହିଁ, ତଥାପି ଜିଲ୍ଲାରେ ରେଡ୍ ଜୋନ୍ ଅଞ୍ଚଳ ଭଳି ସମସ୍ତ ପ୍ରତିବନ୍ଧକ ଲଗାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

Comments are closed.