Latest Odisha News

ଗଂଜାମରେ ଆଉ ଏକ କୋଭିଡ ହସ୍ପିଟାଲ କର: ବାଚସ୍ପତି

ଭୁବନେଶ୍ୱର: ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ତେଣୁ ଜିଲ୍ଲାରେ ଆଉ ଏକ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପ୍ରସ୍ତୁତ କର । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଗଂଜାମ ଜିଲ୍ଲାପାଳଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗଂଜାମରେ ଏବେ ୨୦୦ ବେଡ୍ ବିଶିଷ୍ଟ ଏକ କୋଭିଡ ହସ୍ପିଟାଲ ରହିଛି । ତେବେ ଏଯାଏ ଜିଲ୍ଲାରେ ରୋଗୀ ସଂଖ୍ୟା ୧୧୮ରେ୍ ପହଁଚିଗଲାଣି। ଆସନ୍ତା ସପ୍ତାହ ମଧ୍ୟରେ ଏହି ସଂଖ୍ୟା ୩ ଶହ ଟପିଯିବା ସମ୍ଭାବନା ରହିଛି ।

ତେଣୁ ଜିଲ୍ଲାରେ ଆଉ ଏକ କୋଭିଡ ହସପିଟାଲର ଆବଶ୍ୟକତା ରହିଛି । ତୁରନ୍ତ କୋଭିଡ ହସପିଟାଲକୁ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ କହିଛନ୍ତି ବାଚସ୍ପତି । ଏଥିସହ ଗାଁ ଭିତରେ ଥିବା ସଙ୍ଗରୋଧ କେନ୍ଦ୍ର ଗୁଡିକୁ ସ୍ଥାନାନ୍ତର କରି ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

Leave A Reply

Your email address will not be published.