Latest Odisha News

BREAKING NEWS

ହନିଟ୍ରାପ୍ ମାମଲା: ୧୪ ମାସ ପରେ ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ

ଭୁବନେଶ୍ବର: ବ୍ଲାକମେଲିଂ ଓ ହନିଟ୍ରାପ୍ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ୧୪ ମାସ ପରେ ଆଜି ଜାମିନ ରେ ଜେଲରୁ ବାହାରିଛନ୍ତି । ସକାଳୁ ଅର୍ଚ୍ଚନାଙ୍କୁ ନେବା ପାଇଁ ସ୍ବାମୀ ଜଗବନ୍ଧୁ ଚାନ୍ଦ ଝାରପଡ଼ା ଜେଲକୁ ଯାଇଥିଲେ । ଜେଲରୁ ବାହାରିବା ସମୟରେ ଅର୍ଚ୍ଚନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ମୁଁ କୋର୍ଟଙ୍କ ସମସ୍ତ ନିୟମକୁ ପାଳନ କରିବି ଏବଂ କୋର୍ଟଙ୍କ ଉପରେ ମୋର ଭରସା ଅଛି । ଏହା ସହ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି’।

ରାଜଧାନୀର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକିଆଣୀ ସାଜିଥିଲେ । ଯାହା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଏଥିରେ ତାଙ୍କୁ ସହଯୋଗ କରୁଥିଲେ ସ୍ବାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ବର। ଏଭଳି ଅଭିଯୋଗ ଆସିବା ପରେ ଘଟଣାର ଖୋଳତାଡ ଆମ୍ଭ କରିଥିଲା କମିଶନରେଟ୍ ପୋଲିସ । ଏହାପରେ ଇଡି ନେଇଥିଲା ତଦନ୍ତ ଭାର ।

ନିଜ ସମ୍ପତ୍ତିର ହିସାବ ଦେଇ ନପାରିବାରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବିଳାଶପୂର୍ଣ୍ଣ କୋଠା କୁ ଜବତ କରିଥିଲା ଇଡି । ଏହାସହ ମାମଲାରେ ସ୍ବାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ବରକୁ ମଧ୍ୟ ବାନ୍ଧିଥିଲା ପୋଲିସ । ତିନି ଜଣ ଝାରପଡା ଜେଲରେ ଥିବାବେଳେ, କିଛି ଦିନ ପୂର୍ବେ ସ୍ବାମୀ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା ଏହାପରେ ଜେଲରୁ ମୁକୁଳିଥିଲେ ଜଗବନ୍ଧୁ । ଇଡି ମାମଲାରେ ହାଇକୋର୍ଟରୁ ବେଲ୍ ମିଳିବାର ୭ ଦିନ ପରେ ଆଜି ସକାଳୁ ଝାରପଡା ଜେଲରୁ ୧୪ ମାସ ପରେ ମୁକୁଳିଛନ୍ତି ଅର୍ଚ୍ଚନା ନାଗ ।

 

Comments are closed.