Latest Odisha News

BREAKING NEWS

ଅଣଲେଉଟା ରୁକୁଣା ରଥ : ଆଜି ଅପରାହ୍ନ ୩ଟାରୁ ତିନିମୁଣ୍ଡିଆ ଛକରୁ ଟଣା ହେବ ରଥ

ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଗଡ଼ିଛି ରୁକୁଣା ରଥ । ଗତକାଲି ତିନି ମୁଣ୍ଡିଆ ଛକରେ ରଥ ଅଟକି ରହିଥିଲା । ଆଜି ନୀତିକାନ୍ତି ପରେ ପୁଣି ସେଠାରୁ ରଥ ଟଣା ଆରମ୍ଭ ହେବ । ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଗଡ଼ିଛି ରୁକୁଣା ରଥ । କୋଭିଡ ସ୍ଥିତି ଯୋଗୁଁ ବନ୍ଦ ରହିବା ପରେ ୨ ବର୍ଷ ପରେ ଭକ୍ତ ଟାଣିଛନ୍ତି ରୁକୁଣା ରଥ । ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଗ୍ନୀ ରୁକ୍ମଣୀ ରଥରେ ବିରାଜିତ ହୋଇ ବିଧି ଓ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ମାଉସୀ ମା’ ଅଭିମୁଖେ ଯାତ୍ରା କରିଛନ୍ତି ।

BjdElectrycity

ଘଣ୍ଟଘଣ୍ଟା, ହର ହର ମହାଦେବ ଧ୍ୱନିରେ ପରିବେଶ ଭକ୍ତିମୟ ହୋଇଉଠିଛି । ରୁକୁଣା ରଥ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟାଣ ଖରା ଓ ନୀତି ବିଳମ୍ବ ଯୋଗୁଁ ରଥ ଟଣା ବିଳମ୍ବିତ ହୋଇଥିଲା । ତେଣୁ ଅପରାହ୍ନ ସାଢେ ୩ଟାରେ ରଥା ଟଣା ହେବାକୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଅପରାହ୍ନ ୪ଟାରେ ୪୦ ମିନିଟରେ ରଥ ଟଣା ଆରମ୍ଭ ହୋଇଥିଲା । ତିନି ମୁଣ୍ଡିଆ ଛକରେ ରଥ ପହଂଚିଲା ବେଳକୁ ସୂର୍ଯ୍ୟାସ୍ତ ହୋଇଯିବାରୁ ରଥ ଟଣା ବନ୍ଦ କରାଯାଇଥିଲା । ଆଜି ତିନି ମୁଣ୍ଡିଆ ଛକରୁ ମାଉସୀ ମାଆ ମନ୍ଦିର ଯାଏଁ ଗଡିବ ରୁକୁଣା ରଥ ।

ମହାପ୍ରଭୁ ଲିଙ୍ଗରାଜଙ୍କ ଭଉଣୀ ରୁକ୍ମିଣୀଙ୍କ ନାମ ଅନୁସାରେ ଏହାକୁ ରୁକୁଣା ରଥ କୁହାଯାଏ । ବିଶେଷତ୍ୱ ହେଉଛି ଏହି ରଥ ଅଣଲେଉଟା। ମୋଡ଼ ନେଇ ପଛକୁ ଫେରେନାହିଁ ଏହି ରଥ । ଯେମିତି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ । ରଥର ପଛପଟ ଦ୍ୱାର ଖୋଲି ଦିଆଯାଏ ଓ ଘୋଡ଼ାମାନଙ୍କୁ ଯୋଚିଦିଆଯାଏ ।

ପୁରୀ ବଡ଼ଦାଣ୍ଡରେ ରଥମାନେ ଦକ୍ଷିଣ ମୋଡ଼ ନେଇ ବୁଲିଥାନ୍ତି । ମାତ୍ର ଏହି ରଥରେ ସେମିତି ପରମ୍ପରା ନାହିଁ । ସେଥିପାଇଁ ଏହାକୁ ଅଣଲେଉଟା ରୁକୁଣା ରଥ ବୋଲି କୁହାଯାଏ ।

 

Leave A Reply

Your email address will not be published.