Latest Odisha News

BREAKING NEWS

ଥ୍ରୀ ଇଡିଏଟ୍ସ ସିକ୍ୱେଲ ପରେ ପବନ ପୁତ୍ର ଭାଇଜାନରୁ ବାଦ ପଡିଲେ କରୀନା !

ମୁମ୍ବାଇ: ଥ୍ରୀ ଇଡିଏଟ୍ସର ସିକ୍ୱେଲ ପରେ ପବନ ପୁତ୍ର ଭାଇଜାନରୁ କରୀନା କାପୁର ବାଦ ପଡିଛନ୍ତି । ଏହି ୨ଟି ଖବରର ସତ୍ୟତା ପୃଷ୍ଟି ହୋଇପାରି ନାହିଁ । ଥ୍ରୀ ଇଡିଏଟ୍ସ ଓ ବଜରଙ୍ଗୀ ଭାଇଜାନ ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଏହାର ସିକ୍ୱେଲ ନେଇ ପ୍ରଶଂସକମାନଙ୍କ ଉତ୍କଣ୍ଠା ରହିଛି । ଇନଷ୍ଟାଗ୍ରାମରେ କରୀନା କାପୁର ଓ ବୋମାନ ଇରାନୀ ସେମାନଙ୍କ ବିନା ଥ୍ରୀ ଇଡିଏଟ୍ସ ସିକ୍ୱେଲ ସମ୍ଭବ ନୁହେଁ ବୋଲି କହି ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । କିଛି ଦିନ ତଳେ ରାଜକୁମାର ହୀରାନୀ ମଧ୍ୟ ଏଥିନେଇ ସୂଚନା ଦେଇଥିଲେ । ତେବେ ଏହା ବିଧିବଦ୍ଧ ଭାବେ ସ୍ପଷ୍ଟ ହୋଇନି । ଶନିବାର ବଜରଙ୍ଗୀ ଭାଇଜାନର ସିକ୍ୱେଲ ପବନ ପୁତ୍ର ଭାଇଜାନରେ ସଲମାନ ଖାଁଙ୍କ ସହ ପୂଜା ହେଗଡେ ଅଭିନୟ କରିବାକୁ ଯାଉଛନ୍ତି ବୋଲି ଖବର ଭାଇରାଲ ହେବାରେ ଲାଗିଛି ।

ଯଦି ଏହା ସତ୍ୟ ହୁଏ ତାହାହେଲେ କରୀନାଙ୍କୁ ନିଶ୍ଚିତ ଭାବେ ଶକ୍ତ ଧକା ଲାଗିଥିବ । ସଲମାନ ଏବେ ପୂଜାଙ୍କ ପ୍ରତି ଢଳିଥିବାରୁ ତାଙ୍କୁ ଫିଲ୍ମରେ ନେବା ପାଇଁ ପ୍ରଡ୍ୟୁସରଙ୍କ ଉପରେ ଚାପ ପକାଉଥିବା ମଧ୍ୟ ଖବର ପ୍ରକାଶ ପାଇଛି । ସଲମାନଙ୍କ ରିଲିଜ ହେବାକୁ ଯାଉଥିବା କିସି କେ ଭାଇ କିସି କେ ଜାନରେ ମଧ୍ୟ ପୂଜା ହୀରୋଇନ ଅଛନ୍ତି । ତେବେ ଏ ନେଇ ସଲମାନ କିମ୍ବା ଓ ପୂଜାଙ୍କ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Comments are closed.