Latest Odisha News

‘ତୃତୀୟ ପର୍ଯ୍ୟାୟ ପରେ ପୁଣି ଥରେ ସରକାର ଗଢିସାରିଲାଣି ବିଜେଡି’

ଭୁବନେଶ୍ବର: ବିଜେପିର ପ୍ରଶ୍ନବାଣକୁ କଡା ଉତ୍ତର ଦେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି ତାହା ଓଡିଶାର ଲୋକ ଜାଣିଛନ୍ତି । ବିଜେପି କେବଳ ଅପପ୍ରଚାର କରି କୁମ୍ଭୀର କାନ୍ଦଣା କାନ୍ଦୁଛି ।

ଶନିବାର ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଓଡିଶାରେ ତାମିଲ ରିମୋଟ କଣ୍ଟ୍ରୋଲ ଶାସନ ଚାଲିଛି ବୋଲି କହିଥିଲେ । ୨୫ ବର୍ଷରେ ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ ଯାହାର ଉତ୍ତର ରଖିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ ।

ଏହାକୁ ନେଇ ବିଜେଡି ନେତା ଭିକେ ପାଣ୍ଡିଆନ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ମୁଖ୍ୟମନ୍ତ୍କରୀ ଏଥର ବି ବଡ ବିଜୟ ହାସଲ କରିବେ । ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ପ୍ରାୟ ୮୦ରୁ ୮୫% ବିଜୟ ହାସଲ କରିଛି । ଏହା ପରେ ସରକାର ଗଠନ କରିସାରିଛି ବିଜେଡି  ।

ଆହୁରି ମଧ୍ୟ ଇଣ୍ଡି ମେଣ୍ଟ ସହ ଆଲୋଚନାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ନିଜର ମନ୍ତବ୍ୟ ରଖିଛନ୍ତି ପାଣ୍ଡିଆନ । ସେ କହିଛନ୍ତି, ଇଣ୍ଡିଆ ସହ ମେଣ୍ଟ ଆଲୋଚନା ସମ୍ପୂର୍ଣ୍ଣ ମିଛ ।

ଏହା ପରେ ସେ ସିଧା ସ୍ମୃତିଙ୍କ ପ୍ରଶ୍ନର ଜବାବ ରଖି କହିଛନ୍ତି, ସ୍ମୃତି ଇରାନୀ କେବଳ ରାଜନୈତିକ କଥା କହୁଛନ୍ତି । ଦରଦାମ ଉପରେ କହି ପାରିଥାନ୍ତେ କିନ୍ତୁ ରୋଜଗାର ଉପରେ କହିବାରେ ସାହସ ନାହିଁ । LPG, ଡାଲି ରେଟ କଥା କହି ପାରିଲେନି ।  ଗ୍ୟାରେଣ୍ଟି ଦେବାର ଥିଲା ବୋଲି ୧୦ ବର୍ଷ ତଳ ତେଲ ରେଟ କରିବୁ ବୋଲି କହିଦେଲେ । ହେଲେ ଚାଷୀ ଏମଏସପିକୁ ନେଇ କିଛି କହିଲେନି । ମିଛ କହିବାର ବି ଗୋଟେ ସୀମା ଅଛି ବୋଲି କହିଛନ୍ତି ପାଣ୍ଡିଆନ । ଯାହା ଓଡିଶାବାସୀ ଜାଣିଛନ୍ତି ।

Leave A Reply

Your email address will not be published.