Latest Odisha News

BREAKING NEWS

ବିହାରରେ ଆରମ୍ଭ ହେଲା ହଜ୍ ଯାତ୍ରା

ପାଟନା: ଆରମ୍ଭ ହୋଇଛି ହଜ ଯାତ୍ରା ।ରବିବାର  ଦିନ ଗୟା ଅନ୍ତର୍ଜାତୀୟ ବିମାନବନ୍ଦରରୁ ହଜ୍ ତୀର୍ଥଯାତ୍ରା ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩୨୦ହଜ୍ ତୀର୍ଥଯାତ୍ରୀ ଦୁଇଟି ଭିନ୍ନ ବିମାନରେ ଯାଇଛନ୍ତି ।ଏହି ହଜ୍ ଯାତ୍ରା ଜୁନ୍ ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ,ଯେଉଁଥିରେ ଜିଲାର ପ୍ରାୟ ୧୦୮୩ ତୀର୍ଥଯାତ୍ରୀ ଗୟା ଅନ୍ତର୍ଜାତୀୟ ବିମାନବନ୍ଦରରୁ ହଜ୍ ପାଇଁ ଆରବ ଯିବେ।

ହଜ୍ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ବିମାନବନ୍ଦରର ପରିସରରେ ସ୍ବନ୍ତ୍ରତ ବ୍ୟବସ୍ଥା କରାଯାଇଛି । ନମାଜ ପାଇଁ ମଧ୍ୟ ଉଭୟ ମହିଳା ଏବଂ ପୁରୁଷଙ୍କ ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି। ଏଥିସହିତ ବିମାନବନ୍ଦର ପରିସରରେ ଯାନବାହନ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି ।

ଏହା ସହିତ ଟ୍ରାଫିକ ସିଷ୍ଟମକୁ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ ପୋଲିସକୁ ମଧ୍ୟ ନିୟୋଜିତ କରାଯାଇଛି। ହଜ୍ ତୀର୍ଥଯାତ୍ରୀ ମୁହମ୍ମଦ ଖୁରସିଦ ଆଲାମ କହିଛନ୍ତି ଯେ ,ସେଠାକୁ ଯିବା ପରେ ସେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ପାରସ୍ପରିକ ଭାଇଚାରା ଏବଂ ଏକତା ପାଇଁ ପ୍ରାର୍ଥନା କରିବେ।

Leave A Reply

Your email address will not be published.