ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲଙ୍କ ଉପଦ୍ରବ ସବୁବେଳେ ରହିଛି । ମାଲକାନଗିରି ସୁକମା ଜିଲ୍ଲାକୁ ଲାଗି ରହିଥିବାରୁ ନକ୍ସଲ ସୁକମା ଅଞ୍ଚଳରେ ଅଘଟଣ ଘଟାଇ ମାଲକାନଗିରି ଚାଲିଆସୁଥିଲେ । ପୁଣି ମାଲକାନଗିରିରେ ହିଂସା ଘଟାଇ ସୁକମାର ଦୁର୍ଗମ ଅଂଚଳକୁ ଚାଲିଯାଉଥିଲେ ।
ସୀମାନ୍ତ ସୁକମା ଜିଲ୍ଲାର ପୋଟକପାଲୀ ଗ୍ରାମରେ ଗତ ୨୦୧୫ ମସିହାରେ ନକ୍ସଲଙ୍କ ହାଟ ବସୁଥିଲା । ପ୍ରଶାସନ ଧିରେ ଧିରେ ସୁକମାର ବିଭିନ୍ନ ଅଞ୍ଚଳକୁ ସୁରକ୍ଷାକର୍ମୀ ପଠାଇ ନକ୍ସଲଙ୍କୁ ସେଠାରୁ ତଡିବାରେ ସଫଳ ହୋଇଥିଲା ।
ତେବେ ଦୀର୍ଘ ସାତ ବର୍ଷ ପରେ ଏବେ ପୋଟକପାଲୀ ଗ୍ରାମରେ ସୁରକ୍ଷାକର୍ମୀ ପହଞ୍ଚିଛନ୍ତି । ଏବେ ସେଠାରେ ନକ୍ସଲ ହାଟ ବଦଳରେ ପରିବା ହାଟ ବସୁଛି । ଦୀର୍ଘ ଦିନ ପରେ ଗ୍ରାମରେ ସାପ୍ତାହିକ ହାଟ ଆରମ୍ଭ ହୋଇଥିବାରୁ ଲୋକଙ୍କ ଖୁସି ନସରେ । ସୁରକ୍ଷାକର୍ମୀଙ୍କୁ ୨୪ ଘଣ୍ଟା ସୁରକ୍ଷାରେ ଗ୍ରାମବାସୀ ଏବେ ଅଚିନ୍ତାରେ ଶୋଇପାରୁଥିବା କହିଛନ୍ତି।
ଏହି ଗ୍ରାମରେ ନକ୍ସଲ ବଦଳରେ ଏବେ ପୁଲିସ ଏହି ଅଂଚଳରେ ଘନ ଘନ ପଇଁତରା ମାରୁଛି। ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଏସଏଫଙ୍କ କ୍ୟାମ୍ପ ପ୍ରତିଷ୍ଠା ପରେ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛନ୍ତି।
Comments are closed.