Latest Odisha News

BREAKING NEWS

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା, ତଦନ୍ତ କରିବ ଋଷ

ଭୁବନେଶ୍ୱର: ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି ଋଷ । ଗତ ମଙ୍ଗଳବାର ୟୁକ୍ରେନର ଦ୍ୱିତୀୟ ସର୍ବବୃହତ ସହର ଖାରଖିଭ ଉପରେ ହୋଇଥିଲା ମିସାଇଲ୍ ମାଡ଼ । ସ୍ଥାନୀୟ ନାଗରିକଙ୍କ ସମେତ ଜଣେ ଭାରତୀୟ ଛାତ୍ର ମଧ୍ୟ ଏଥିରେ ପ୍ରାଣ ହରାଇଥିଲେ । ଏହି ଘଟଣାକୁ ନେଇ ଶେଷରେ ମୁହଁ ଖୋଲିଛି ଯୁଦ୍ଧମୁହାଁ ଋଷ ।

କର୍ଣ୍ଣାଟକର ୨୧ ବର୍ଷିୟ ଡାକ୍ତରୀ ଛାତ୍ର ନବୀନ ଶେଖରପ୍ପା ମିସାଇଲ ମାଡ଼ ସମୟରେ ରାସନ ସାମଗ୍ରୀ କିଣୁଥିଲେ । ସେହି ସମୟରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟଇଥିଲା । ୟୁକ୍ରେନରୁ ଆସିଥିଲା କିଛି ଏପରି ଖବର । ଏହି ଘଟଣା ପରେ ଭାରତର ନାଗରିକଙ୍କୁ ୟୁକ୍ରେନରୁ ଉଦ୍ଧାର କରିବା ଲାଗି ଅଧିକ ତତ୍ପରତା ଦେଖାଇଛନ୍ତି ଭାରତ ସରକାର ।

ଇଣ୍ଡିଆ ଟିଭି ରିପୋର୍ଟ ଅନୁଯାୟୀ, ନବୀଙ୍କ ମୃତ୍ୟୁ ଘଟଣାକୁ ତଦନ୍ତ କରିବା ନେଇ ଋଷ ଦୂତବାସ ଡେନସ୍ ଆଲିପୋଭ ଆଜି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀ ଅବସରରେ ଡେନିସ୍ କହିଥିଲେ, “ମୃତ ନବୀନ ଶେଖରପ୍ପାଙ୍କ ପରିବାର ତଥା ସମଗ୍ର ଭାରତକୁ ମୁଁ ସହାନଭୂତି ଜଣାଉଛି । ୟୁକ୍ରେନରେ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଆମେ ଯଥା ସମ୍ଭବ ଚେଷ୍ଟା କରିବୁ ।”

ଅନ୍ୟପଟେ ଆଜି ଆଉ ଜଣେ ଭାରତୀୟ ଛାତ୍ର ଚନ୍ଦନ ଜିନ୍ଦଲ ୟୁକ୍ରେନରେ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ୟୁକ୍ରେନରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ଭାରତ ସରକାର ।

Comments are closed, but trackbacks and pingbacks are open.