Latest Odisha News

BREAKING NEWS

ବିବାହର ୯ ବର୍ଷ ପରେ ଅଲଗା ହେବେ ମଲ୍‌ହାର-ପ୍ରିୟା

ମୁମ୍ବାଇ: ବିବାହର ୯ ବର୍ଷ ପରେ ଅଲଗା ହେବେ ଅଭିନେତା ମଲ୍‌ହାର ପାଣ୍ଡ୍ୟା ଓ ଗାୟିକା ପ୍ରିୟା ପଟିଦାର । ଉଭୟ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ସେମାନେ ବର୍ଷେ ହେଲାଣି ଅଲଗା ରହୁଥିଲେ । ଏହାକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି ।

୨୦୧୪ ମସିହାରେ ‘ଇସ୍‌କବାଜ୍‌’ ଫେମ୍ ଅଭିନେତା ମଲ୍‌ହାର ପାଣ୍ଡ୍ୟା ଗାୟିକା ପ୍ରିୟା ପଟିଦାରଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ଉଭୟ ବହୁତ ଖୁସିରେ ଦିନ କାଟିଥବଲେ । ପରେ କୌଣସି କାରଣକୁ ନେଇ ସେମାନଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଥିଲା । ଏମିତି କି ଲକଡାଉନ ସମୟରେ ଉଭୟଙ୍କ ମଧ୍ୟରେ ବେଶୀ ମତଭେଦ ଦେଖାଦେଇଥିଲା । ଆଉ ବର୍ଷେ ହେଲାଣି ଅଲଗା ବି ରହୁଛନ୍ତି । ଶେଷରେ ବିବାହର ୯ ବର୍ଷ ପରେ ସେମାନେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି ।

ମଲ୍‌ହାର ଶେଷ ଥର ପାଇଁ ୨୦୨୦ରେ ରାଧାକୃଷ୍ଣରେ ନଜର ଆସିଥିଲେ । ସେ ଏବେ ତାଙ୍କ ପରିବାର ସହିତ ଆମେରିକାରେ ରହୁଛନ୍ତି । ଛାଡପତ୍ର ନେଇ ପ୍ରିୟା କହିଛନ୍ତି ଯେ, ଅଲଗା ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସତ । ଆମେ ଆଉ ଏକାଠି ନାହୁଁ, କିନ୍ତୁ ମୁଁ କୌଣସି ସବିଶେଷ ତଥ୍ୟ ଭିତରକୁ ଯିବାକୁ ଚାହୁଁ ନାହିଁ ।

Leave A Reply

Your email address will not be published.