Latest Odisha News

BREAKING NEWS

ହିନ୍ଦୁରାଷ୍ଟ୍ର ହେବ ଚନ୍ଦ୍ର !

ଭୁବନେଶ୍ୱର: ଚନ୍ଦ୍ରରେ ଚନ୍ଦ୍ରଯାନ ତିନିର ସଫଳ ଅବତରଣ ଓ କାର୍ଯ୍ୟକୁ ନେଇ ସାରା ବିଶ୍ୱ ଭାରତର ଚର୍ଚ୍ଚା କରୁଛି। ଏପରିକି ଏହାର ସଫଳତାକୁ ନେଇ ମଧ୍ୟ ରାଜନୈତିକ ସ୍ତରରେ ଶ୍ରେୟର ଲଢେଇ ଚାଲିଛି। ଚନ୍ଦ୍ରଯାନ ଯେଉଁ ଜାଗାରେ ଲ୍ୟାଣ୍ଡ କରିଛି ସେ ସ୍ଥାନ ଶିଵଶକ୍ତି ପଏଣ୍ଟ ନାଁରେ ପରିଚୟ ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଏଭଳି ସ୍ଥିତିରେ ଅଖିଳ ଭାରତୀୟ ହିନ୍ଦୁ ସନ୍ଥ ମହାସଭା ରାଷ୍ଟ୍ରିୟ ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ମହାରାଜ ଏକ ଦାବିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚନ୍ଦ୍ରକୁ ହିନ୍ଦୁରାଷ୍ଟ୍ର ଘୋଷଣା କରାଯିବା ଆବଶ୍ୟକ ବୋଲି ସ୍ୱାମୀ ଚକ୍ରପାଣି କହିଛନ୍ତି।

ସଂସଦ ଏହାକୁ ହିନ୍ଦୁ ରାଷ୍ଟ୍ରର ମାନ୍ୟତା ଦେବା ଉଚିତ ବୋଲି ସେ କହିଛନ୍ତି। ଏଥିସହିତ ଲ୍ୟାଣ୍ଡିଂ ପଏଣ୍ଟ ଶିଵଶକ୍ତିକୁ ଏହାର ରାଜଧାନୀ କରିବା ଉଚିତ ବୋଲି ସେ କହିଛନ୍ତି।

ଏହା କରିବା ଦ୍ୱାରା ଆତଙ୍କି ଜେହାଦୀ ମାନସିକତା ସେଠାରେ ପହଂଚିପରିବନି ବୋଲି ସେ କହିଛନ୍ତି। ଏଥସହିତ ଚନ୍ଦ୍ରଜାନ ଲ୍ୟାଣ୍ଡିଂ ପଏଣ୍ଟର ନାଁ ଶିବଶକ୍ତି ଦେବା ପ୍ରସଙ୍ଗକୁ ନେଇ ଚକ୍ରପାଣି ମହାରାଜ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି।

କିନ୍ତୁ କୌଣସି ଅନ୍ୟ ବିଚାରଧାରା କିମ୍ବା ଅନ୍ୟ ଦେଶର ଲୋକେ ସେଠାକୁ ଯାଇ ଅନ୍ୟ କିଛି ନାଁ ରଖନ୍ତୁ ସେଥିପାଇଁ ସଂସଦରେ ଏକ ପ୍ରସ୍ତାବ ପାରିତ କରି ଚନ୍ଦ୍ରକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରିବାକୁ ସେ ଦାବି ରଖିଛନ୍ତି।

ଏପରିକି ସନାତନ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଜହ୍ନ ମାମୁଁଙ୍କ ସହ ପୁରାତନ ସମ୍ବନ୍ଧ ରହିଛି। ଚନ୍ଦ୍ରକୁ ନେଇ ଶାସ୍ତ୍ର ପୁରାଣରେ ବହୁ ପ୍ରସଙ୍ଗ ବର୍ଣ୍ଣିତ ରହିଛି।

ତେଣୁ ଚନ୍ଦ୍ରର ଶୁଦ୍ଧତା ଓ ପବିତ୍ରତା ରକ୍ଷା ପାଇଁ ଏହା କରାଯିବା ଆବଶ୍ୟକ ବୋଲି ସ୍ୱାମୀ ଚକ୍ରପାଣି କହିଛନ୍ତି। ତେଣୁ ସ୍ୱାମୀ ଚକ୍ରପାଣିଙ୍କ ଏଭଳି ଦାବିକୁ ନେଇ ରାଜନୈତିକ ଚର୍ଚ୍ଚା ବେଶ ସରଗରମ ହେବାରେ ଲାଗିଛି।

Leave A Reply

Your email address will not be published.