Latest Odisha News

BREAKING NEWS

ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଇଶିତା

ମୁମ୍ବାଇ: ବିବାହର ୬ ବର୍ଷ ପରେ ମାଆ ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ଇଶିତା ଦତ୍ତ । ଏହାକୁ ନେଇ ସେ ଓ ତାଙ୍କ ପରିବାର ଲୋକେ ବହୁତ ଖୁସି ଥିବା କହିଛନ୍ତି । ନିକଟରେ ଇଶିତା ବିମାନବନ୍ଦରରେ ଯାଉଥିବା ବେଳେ ଗର୍ଭବତୀ ଥିବା ସ୍ପଷ୍ଟ ନଜରକୁ ଆସିଛନ୍ତି ।

ଚିତାକର୍ଷକ ଅଭିନୟ ପାଇଁ ଇଶିତା ଦର୍ଶକ ହୃଦୟରେ ସ୍ଥାନ ପାଇପାରିଛନ୍ତି । ଫିଲ୍ମ ଦୃଶ୍ୟମ୍‌-୨ରେ ଅଭିନୟ ପାଇଁ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି । ଫିଲ୍ମଟି ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଥିଲା । ୨୦୧୭ ମସିହାରେ ଇଶିତା ଅଭିନେତା ବତ୍ସଲ ସେଠ୍‌ଙ୍କୁ ବିବାହ କରିଥିଲେ । ଉଭୟ ଅନେକ ଟିଭି ଶୋ’ ଏବଂ ଫିଲ୍ମରେ ଅଭିନୟ କରିଛନ୍ତି । ଇଶିତା ହେଉଛନ୍ତି ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କ ଭଉଣୀ ।

Comments are closed.