Latest Odisha News

BREAKING NEWS

କାଜାକସ୍ତାନର ଅସ୍ତ୍ରଭଣ୍ଡାରରେ ବଡ ଧରଣର ବିସ୍ଫୋରଣ, ୯ ମୃତ୍ୟୁ

ନୁର-ସୁଲତାନ: କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ ପରେ ଆଜି କାଜକସ୍ତାନ ଥରିଛି । ଜାମ୍ବିଲ ସ୍ଥିତ ସେନା ଆଡ୍ଡାରେ ଏହି ବିସ୍ଫୋରଣ ଘଟିଛି । ପ୍ରାରମ୍ଭିକ ରିପୋର୍ଟରେ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ଜଣ ଆହତ ହୋଇଛନ୍ତି । ଏହି ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଏହି ସେନା ଶିବିରରେ ଗୋଟିଏ ପରେ ଗୋଟିଏ ୧୦ ବିସ୍ଫୋରଣ ଘଟିଥିଲା ।

ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷାକର୍ମୀ ଏହି ଅଂଚଳକୁ ଖାଲି କରି ଦେଇଛନ୍ତି । ପାଖାପାଖି ହଜାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ବିସ୍ଫୋରଣ କାରଣ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.