Latest Odisha News

BREAKING NEWS

ଲିଙ୍ଗରାଜ ମନ୍ଦିର ସିଂହଦ୍ବାରରେ ଲାଗିବ ରୁପା ଛାଉଣୀ କବାଟ

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ସିଂହଦ୍ବାରରେ ଲାଗିବ ରୁପା ଛାଉଣୀ କବାଟ । ଅନେକ ଦିନରୁ ଏହା ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ବେଳେ ଶ୍ରୀମନ୍ଦିର ଢାଞ୍ଚାରେ ଏହାର ପୁନଃନିର୍ମାଣ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ତତ୍ପରତା ଦେଖାଇଛି । ଏନେଇ ମନ୍ଦିରର ବିଭିନ୍ନ ସ୍ଥାନର ଯାଞ୍ଚ ପାଇଁ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଏକ ସ୍ବତନ୍ତ୍ର ଦଳ ମନ୍ଦିର ପରିଦର୍ଶନ କରିଛନ୍ତି । ମନ୍ଦିର ସୁରକ୍ଷା ନେଇ ଯାଞ୍ଚ କରିଛି ଏଏସଆଇ ।

ନାଟ ମଣ୍ଡପରେ ସାମାନ୍ୟ ପାଣି ଗଳୁଛି । ହେଲେ ଏହା ମନ୍ଦିର ପ୍ରତି ଅଧିକ ବିପଦ ନୁହେଁ । କାରଣ ଫନି ବାତ୍ୟା ପରଠୁ ଲିଙ୍ଗରାଜ ମନ୍ଦିର ମୁଖଦ୍ବାର ଭାଙ୍ଗିଯାଇଥିବା ବେଳେ ଏହାର ମରାମତି ପାଇଁ ସେବାୟତମାନେ ଦାବି କରି ଆସୁଥିଲେ । ଖାଲି ମୁଖଶାଳା ମନ୍ଦିର ନୁହେଁ, ଭିତରର ଅନେକ ସ୍ଥାନ ବର୍ଷା ପାଣି ପଡ଼ି ନଷ୍ଟ ହୋଇଥିବା ବେଳେ, ଏହାର ମରାମତି ଓ ଶିବଙ୍କ ଶକ୍ତି ଚାରିପାଖରେ ଲୁହାର ବାଡ ଲଗାଯିବା ଉପରେ ଆଲୋଚନା ପରେ ମରାମତି ହେବ । ଭକ୍ତ ଓ ସେବାୟତଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି ।

ମନ୍ଦିରର ସଂରକ୍ଷଣ ଏବଂ ପୁନରୁଦ୍ଧାର କାର୍ଯ୍ୟ ଏଏସଆଇ କରୁଛି । ଲିଙ୍ଗରାଜ ମନ୍ଦିରର ମୁଖ୍ୟଦ୍ବାରର କାମ ଆରମ୍ଭ ହୋଇଥିବା ବେଳେ ଦେଢ଼ବର୍ଷ ଭିତରେ କାର୍ଯ୍ୟ ଶେଷ କରାଯିବ । ବିଏମସି କମିଶନର, ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାର ସୁପରିନଟେଣ୍ଡେଣ୍ଟ, ଓବିସିସି ସମେତ ବିଭିନ୍ନ ନିଯୋଗର ସେବାୟତଙ୍କ ସହ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.