Latest Odisha News

ଆର୍ୟନ ମାମାଲ ପରେ ପୁଣି ନିଜ ବିଜନେସକୁ କମବ୍ୟାକ୍ କଲେ ଗୌରୀ ଖାନ , ପୋଷ୍ଟ କଲେ ଭିଡିଓ

ମୁମ୍ବାଇ : ଦୀର୍ଘଦିନ ବ୍ୟବଧାନ ପରେ ପୁଣି ନିଜ ବିଜନେସକୁ କମବ୍ୟାକ କରିଛନ୍ତି ଗୌରୀ ଖାନ୍ । ପୁଅ ଆର୍ୟନ ଡ୍ରଗ୍ ମାମାଲରା ଫସିବା ପରେ ଦୀର୍ଘ ଦିନ ହେଲେ ସୋସିଆଲ ମିଡିଆ ଓ ନିଜ ବିଜନେସରୁ ଦୂରରେ ରହୁଥିଲେ ଗୌରି ଖାନ୍ ।ହେଲେ ଏବେ ଆର୍ୟନଙ୍କ କଣ୍ଟୋଭର୍ସି ମାମଲା ଥମିବା ପରେ ପୁଣି ବାହାରକୁ ପାଦ କାଢିଛନ୍ତି ଗୌରି ଖାନ୍ ଏବଂ ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ ଅଛନ୍ତି ଗୌରୀ ଖାନ୍ ।

ଗୌରୀ ନିଜର ଇଣ୍ଟରିୟର ଡିଜାଇନିଙ୍ଗ ବିଜେନେସରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ବଲିଉଡର ବହୁ ବଡ ବଡ ସେଲିବ୍ରେଟିମାନଙ୍କ ଘରର ଇଣ୍ଟରିୟର ଡିଜାଇନ ମଧ ଦେଇଛନ୍ତି ଗୌରୀ । ହେଲେ ପୁଅ ଆର୍ୟନ ଜେଲ ଯିବା ପରେ ଡିପ୍ରେସନରେ ରହି ଗୌରୀ କିଛି ଦିନ ପାଇଁ ଏହି ବିଜନେସରୁ ବିରତି ନେଇଥିଲେ ।

ହେଲେ ଆଜି ପୁଣି ନିଜ ପ୍ରଫେସନକୁ କମବ୍ୟାକ କରିଛନ୍ତି ଗୌରୀ । ସୋସିଆଲ ମିଡିଆରେ ଗୌରୀ ଖାନ ଏକ ଭିଡିଓ ପୋଷ୍ଟ କରିଛନ୍ତି ।ଯେଉଁଥିରେ ଗୌରୀ ନିଜର କଲେକ୍ସନ ବାବଦରେ ଗ୍ରାହକ ମାନଙ୍କୁ ବୁଝାଉଛନ୍ତି । ଗୌରୀ ଖାନଙ୍କ ସାଥୀରେ ଡିଜାଇନର ଫାଲ୍ଗୁନୀ ମଧ୍ୟ ଉପସ୍ଥିତ ଅଛନ୍ତି ।

Leave A Reply

Your email address will not be published.