Latest Odisha News

BREAKING NEWS

[ଭିଡ଼ିଓ] ଦିନକୁ ଦିନ ବଢୁଛି ହାତୀ ଆତଙ୍କ, ଆତଙ୍କିତ ଲୋକେ

ଢେଙ୍କାନାଳ: ଢେଙ୍କାନାଳରେ ହାତୀ ଆତଙ୍କ। କପିଳାସରୁ ନେଇ କାମାକ୍ଷାନଗର ଯାଏ ସବୁଠି ଆତଙ୍କରାଜ ଚଳାଇଛନ୍ତି ହାତୀ ପଲ। ଦିନ ଦିପହରରେ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି। ଆଉ ରାତିରେ ଘରଦ୍ୱାର ଭାଙ୍ଗିବା ସହିତ ଲୋକଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ।

ମହାବିରୋଡ ରେଞ୍ଜରେ ଜଙ୍ଗଲୀ ଦନ୍ତା ଆତଙ୍କରେ ଥରହର ହୋଇପଡ଼ିଛନ୍ତି ଲୋକେ । ସେହିଭଳି କାମାକ୍ଷାନଗର ମୂୁକ୍ତାପଶି ଫରେଷ୍ଟ ସେକ୍ସନ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି ।

ଅମଳ ଧାନରୁ ନେଇସମସ୍ତ ପ୍ରକାରର ଫସଲ ନଷ୍ଟ କରିବା ସହିତ ଦିନ ଦିନ ଧରି ଧାନ କ୍ଷେତରେ ଜଗି ରହୁଛନ୍ତି ।
ଦିନେ କି ଦୁଇ ଦିନ ନୁହେଁ ଏହି ହାତୀ ପଲ ଗାଁ ଗୁଡିକରେ ଜଗିରହୁଛନ୍ତି । ଯାହାକୁ ନେଇ ଗାଁର ଲୋକ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ଅଭିଯୋଗ ପରେ ଅଭିଯୋଗ ହୋଇଚାଲିଛି । ଗାଁର ଲୋକଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ ହୋଇଛି । ହେଲେ କିଛି ସ୍ଥାନରେ ବନବିଭାଗ ବି ହାତୀ ଘଉଡାଇବାକୁ ନାକେଦମ୍ ହୋଇପଡ଼ିଲାଣି ।

ହାତୀ ଉପଦ୍ରବ ଦିନକୁ ଦିନ ବଢିଚାଲିଥିବା ବେଳେ ଆତଙ୍କିତ ହୋଇ ରହୁଥିବା ଗାଁର ଲୋକେ ସୁରକ୍ଷା ଦାବି କରିଛନ୍ତି ।

Leave A Reply

Your email address will not be published.