Latest Odisha News

BREAKING NEWS

ବେଲ ବଟମ ଟିମ୍ ସହ ଆଉ ଏକ ଆକ୍ସନ ଫିଲ୍ମରେ ଅଭିନୟ କରିବେ ଅକ୍ଷୟ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବେଲ ବଟମ ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି । କରୋନା ମହାମାରୀ ଯୋଗୁ ଏହାର ତାରିଖ ବାରମ୍ବାର ପରିବର୍ତନ ହେଉଛି । ରିପୋର୍ଟ ମୁତାବକ ଅକ୍ଷୟ ବେଲ ବଟମ ଟିମ୍ ସହ ଆଉ ଏକ ଫିଲ୍ମ କରିବା ପାଇଁ ନିଷ୍ପତି ନେଇଛନ୍ତି । ବାସୁ ଭଗନାନୀ, ଜ୍ୟାକି ଭଗନାନୀ ଓ ଦୀପଶିଖା ଦେଶମୁଖଙ୍କ କମ୍ପାନୀ ପୂଜା ଏଂଟରଟେନମେଂଟ ଏହି ଫିଲ୍ମ ପ୍ରଡ୍ୟୁସ କରିବ ।

ଫିଲ୍ମର କାହାଣୀ ଶୁଣିବା ମାତ୍ରେ ଅକ୍ଷୟ ସଙ୍ଗେ ସଙ୍ଗେ ଏଥିନେଇ ହଁ ମାରିଥିଲେ । ଏହା ଆନ୍ତର୍ଜାତୀୟସ୍ତରର ଆକ୍ସନ ଫିଲ୍ମ ହେବ ବୋଲି ଜଣାପଡିଛି । ଫିଲ୍ମର ଅନ୍ୟ କଳାକାର ଏବଂ ନିର୍ଦ୍ଦେଶକଙ୍କ ନାମ ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.